OR/Prabhupada 1060 - ଯେତେ ପର୍ଯ୍ୟନ୍ତ ଜଣେ ଭଗବଦ ଗୀତା କୁ ବିନମ୍ର ରୂପ ରେ ନ ନିଏ



660219-20 - Lecture BG Introduction - New York

ସର୍ବ ଏତଦ ରତମ ମନୟେ (BG 10.14) । "ମୁ ଗ୍ରହଣ କରୁଛି, ମୁଁ ବିଶ୍ୱାସ କରୁଛି, ଆପଣ ଯାହା ଭି କହିଛନ୍ତି, ତାହା ସବୁ କିଛି ଠିକ | ଏବଂ ଆପଣଙ୍କ ବ୍ୟକ୍ତିତ୍ବ, ଭଗବାନଙ୍କ ବ୍ୟକ୍ତିତ୍ବ ଜାଣିବା ବହୁତ କଠିଣ ଅଟେ | ତେଣୁ ଆପଣଙ୍କୁ ଦେବୀ ଦେବତା ମଧ୍ୟ ବୁଝି ପାରନ୍ତି ନାହିଁ | ତେଣୁ ଆପଣଙ୍କୁ ଦେବୀ ଦେବତା ମଧ୍ୟ ବୁଝି ପାରନ୍ତି ନାହିଁ | ଅର୍ଥାତ ଭଗବାନଙ୍କୁ ମନୁଷ୍ୟ ରୁ ଭି ବଡ ବଡ ଲୋକ ଭି ବୁଝି ପାରିବେନି , ତାହେଲେ ମାନବ ଭକ୍ତ ନ ହେଇକି ଭଗବାନ ଶ୍ରୀ କୃଷ୍ଣ କୁ କେମିତି ଛିନି ପାରିବ?

ତେଣୁ ଭଗବଦ ଗୀତା କୁ ଶ୍ରୀ କୃଷ୍ଣଙ୍କ ପ୍ରତି ଭକ୍ତି ଭାବ ରେ ଗ୍ରହଣ କରିବା ଉଚିତ | ଜଣେ ଏହା ଭାବିବା ଅନୁଚିତ ଯେ ସେ କୃଷ୍ଣ ସହ ତୁଲ୍ୟ, ନା ହି ଏହା ଭାବିବା ଉଚିତ ଯେ ସେ ଜଣେ ସାମାନ୍ୟ ପୁରଷ, ବୋଧେ ଜଣେ ମହାପୁରୁଷ | ନା | ଭଗବାନ ଶ୍ରୀ କୃଷ୍ଣ ସାକ୍ଷାତ ପୁରୋଶତ୍ତମ ଭଗବାନ ଅଟନ୍ତି | ଅତଏବ ଆମକୁ ସିଦ୍ଧାନ୍ତ ରୂପ ରେ, କମ ସେ କମ ଭଗବଦ-ଗୀତା କଥା ଅନୁସାରେ, ବା ଅର୍ଜୁନ ର କଥା ଅନୁସାରେ, ଭଗବଦ ଗୀତା କୁ ବୁଝିବା ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତି, ଆମେ ଶ୍ରୀ କୃଷ୍ଣ ଙ୍କୁ ଭଗବାନ ମାନି ନେବା କଥା, ଏବଂ ସେଇ ବିନମ୍ର ଭାବ ରେ ... ଯୋଉ ପର୍ଯ୍ୟନ୍ତ ଜଣେ ଭଗବଦ ଗୀତା ର ପାଠ ବିନମ୍ର ଭାବ ରେ ନ କରେ କିମ୍ବା ନ ଶୁଣେ, ତେବେ ପର୍ଯ୍ୟନ୍ତ ଭଗବଦ ଗୀତା କୁ ବୁଝି ପାରିବା ବହୁତ ହିଁ କଠିଣ କାରଣ ଏହା ଏକ ମହାନ ରହସ୍ୟ |

ତ ଏହି ଭଗବଦ ଗୀତା ରେ ..ଆମେ ଅଧ୍ୟନ କରି ପାରିବା ଯେ ଭଗବଦ ଗୀତା କଣ ? ଏହି ଭଗବଦ ଗୀତା ର ପ୍ରୟୋଜନ ମନୁଷ୍ୟ କୁ ଭୌତିକ ସଂସାର ର ଅଜ୍ଞାନ ରୁ ବାହାର କରିବା | ପ୍ରତେକ ମଣିଷ ଅନେକ ପ୍ରକାର ର ଦୁଃଖ କଷ୍ଟ ରେ ଫସି କି ଅଛି , ଯେପରି କି ଅର୍ଜୁନ ଭି କୁରୁକ୍ଷେତ୍ର ରେ ଯୁଦ୍ଧ ରେ ଫସି କି ଥିଲା | ଏବଂ ସେ ଭଗବାନ ଙ୍କୁ ଶରଣ| ଗତି କରିଲା, ଫଳ ସ୍ୱରୂପ ଭଗବଦ ଗୀତା ର ପ୍ରବଚନ ହେଲା | ସେଇ ପରି, ନ କେବଳ ଅର୍ଜୁନ ବରଂ ପ୍ରତେକ ବ୍ୟକ୍ତି ଏହି ଭୌତିକ ଚିନ୍ତା ରେ ପୁର୍ଣ | ଅସଦ-ଗୃହାତ |ଏହି...ଆମର ଅସ୍ତିତ୍ୱ ହିଁ ଅଣଅସ୍ତିତ୍ଵ ପରିବେଶ ରେ ଅଛି | ବସ୍ତୁତଃ ରେ ଆମେ ଅଣଅସ୍ତିତ୍ଵ ନୁହଁ | ଆମର ଅସ୍ତିତ୍ଵ ସନାତନ, କିନ୍ତୁ କିଛି ନ କିଛି କାରଣ ଜୌଗୁଁ ଆମକୁ ଏହି ଅସତ ରେରଖା ଯାଇଛି | ଅସତ ମାନେ ଯାହାର ଅସ୍ତିତ୍ଵ ନାହିଁ |

ଏବେ ଏତେ ମନୁଷ୍ୟ ରୁ କେବଳ କଛିହିଁ ଏମିତି ଅଛନ୍ତି, ଯିଏ ଜାଣିବା ପାଇଁ ଜିଜ୍ଞାସୁ କି ସେ କିଏ, କାହିଁକି ଏହି ବିଷମ ପରିସ୍ଥିଥି ରେ ରଖା ଯାଇଛି .. ଯେବେ ଯାଇଁ ଜଣେ ଏହି ବିଷୟ ରେ ଅନୁଭୂତି ନ ହେଇଛି "ମୁଁ କାହିଁକି କଷ୍ଟ ଭଗୁଛି ? ମୁଁ ଏଇ କଷ୍ଟ ଭୋଗିବା ପାଇଁ ଛାଉନି | ମୁଁ ସବୁ କଷ୍ଟ ର ନିବାରଣ ପାଇଁ ଚେଷ୍ଟା କରି ସରିଲା, କିନ୍ତୁ ନାକାମ ରହିଲି | " ଯେବେ ପର୍ଯ୍ୟନ୍ତ ମନୁଷ୍ୟ ଏହି ସ୍ଥିତି ରେ ନ ଆସିଛି, ତାକୁ ଜଣେ ଉତ୍ତମ ମଣିଷ ଭୁଜା ଯିବ ନାହିଁ | ମନବତା ତେବେ ଆରମ୍ଭ ହୁଏ ଯେବେ ଜଣଙ୍କ ଭିତରେ ଏହି ପରି ଜିଜ୍ଞାସା ଉତ୍ପନ ହୁଏ | ବ୍ରହ୍ମ ସୂତ୍ର ରେ ଏହାକୁ ବ୍ରହ୍ମ-ଜିଜ୍ଞାସା କୁହା ଯାଇଛି | ଅଥାତୁ ବ୍ରହ୍ମ ଜିଜ୍ଞାସା | ଆଉ ସବୁ କାର୍ଯ୍ୟକୁ ଅସଫଳ କୁହା ଯିବ ଏହି ଜିଜ୍ଞାସା ଯଦି ମନ ରେ ନଥାଏ | ଅତଏବ ଯୋଉ ମଣିଷ ର ଏହି ଜିଜ୍ଞାସା ଆସିଯାଏ କି "ମୁଁ କିଏ, ମୁଁ କାହିଁକି କଷ୍ଟ ଭଗୁଛି, ମୁଁ କୋଉଠୁ ଆସିଛି, ମୃତ୍ୟ ପରେ କୋଉଠି କି ଯିବି, " ଯେବେ ଏହି ଜିଜ୍ଞାସା ଆସେ, ଜଣେ ବିଚାରଶୀଳ ବ୍ୟକ୍ତି ରେ, ସେ ହିଁ ପ୍ରକୃତ ରେ ଭଗବଦ ଗୀତା ର ସୁପାତ୍ର ବିଧ୍ୟାର୍ଥି ଅଟେ | ଏବଂ ସେ ଶ୍ରଦ୍ଧାବାନ ହେବା ଉଚିତ | ଶ୍ରଦ୍ଧାବାନ | ତାକୁ ଆଦର ଭାବ ରହିବା ଦରକାର, ଆଦର ଭାବ ପରମ ପୁରୋଶତ୍ତମ ଭଗବାନଙ୍କ ପାଇଁ | ଅର୍ଜୁନ ସେଇ ପରି ଜଣେ ଆଦର୍ଶ ବିଦ୍ୟାର୍ଥୀ ଥିଲା |