OR/Prabhupada 1064 - ଭଗବାନ ସମସ୍ତନଙ୍କ ହୃଦୟରେ ବାସ କରନ୍ତି

Revision as of 06:08, 25 September 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 1064 - in all Languages Category:OR-Quotes - 1966 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


660219-20 - Lecture BG Introduction - New York

ପରମ ଚେତନା, ଏଇ ଭଗବଦ ଗୀତା ରେ ଉଲେଖ କରା ହେଇଛି ଏଇ ଅଧ୍ୟାୟ ରେ, ଯୋଉଠି ଜୀବ ଓଃ ଈଶ୍ୱରଙ୍କ ମଧ୍ୟରେ ସମ୍ପର୍କ ବୁଝା ହେଇଛି | କ୍ଷେତ୍ର-କ୍ଷେତ୍ର-ଜ୍ଞ | ଏଇ କ୍ଷେତ୍ର-ଜ୍ଞ ବୁଝା ହେଇଛି, ଭଗବାନ ଭି କ୍ଷେତ୍ର-ଜ୍ଞ ବା ଚେତନ, ଏବଂ ଜୀବ, ସେ ଭି ଚେତନ | ପରନ୍ତୁ ଅନ୍ତର ଏଇଆ ଯେ ଜୀବ ନିଜେ ସୀମିତ ଶରୀର ପ୍ରତି ସଚେତ ରହେ, କିନ୍ତୁ ଭଗବାନ ସମସ୍ତ ଶରୀର ପ୍ରତି ସଚେତ ରହନ୍ତି | ଈଶ୍ୱର:ସର୍ବ ଭୂତାନାଂ ହଦ ଦେଶେ ଅର୍ଜୁନ ତିସଥାତି ଥଟି (BG 18.61) |

ଭଗବାନ ସମସ୍ତଙ୍କ ହୃଦ୍ୟ ରେ ବାସ କରନ୍ତି, ଅତଏବ ସେ ଜୀବ ବିଶେଷ ର ମାନସିକ ଗତି ଶିଳତା ରେ ପରିଚିତ ରହନ୍ତି | ଆମକୁ ଏହା ଭୁଲିବା କଥା ନୁହିଁ | ଏହା ଭି କୁହା ଯାଇଛି ଯେ କି ପରମାତ୍ମା, ବା ଭଗବାନ ଈଶ୍ୱରଙ୍କ ରୂପ ରେ ପ୍ରତେକ ହୃଦ୍ୟ ରେ ବାସ କରନ୍ତି, ନିୟନ୍ତା ରୂପ ରେ, ଏବଂ ସେ ନିର୍ଦେଶ କରନ୍ତି | ସେ ନିର୍ଦେଶ କରନ୍ତି | ସର୍ବସ୍ୱ ଚାହମ ହୃଦ ଶନିବିଷ୍ଟ: (BG 15.15) | ସମସ୍ତଙ୍କ ହୃଦୟ ରେ ସେ ବାସ କରନ୍ତି, ଆଉ ନିର୍ଦେଶ କରନ୍ତି ଯେପରି ଜୀବ ଇଚ୍ଛା କରେ | ଜୀବ ଭୁଲି ଯାଏ ତାକୁ କଣ କରିବାର ଅଛି | ପ୍ରଥମେ ସେ ଗୋଟେ ବିଧି ରେ କର୍ମ କରିବା ପାଇଁ ସଂକଲ୍ପ କରେ, ପରନ୍ତୁ ପରେ ସେ ନିଜ କର୍ମ ର ପାପ-ପୁଣ୍ୟ ଫଳ ରେ ଫସି ଯାଏ | ପରନ୍ତୁ ଯେବେ ସେ ଗୋଟେ ଶରୀର ଛାଡିକି ଆଉ ଗୋଟେ ଶରୀର ଗ୍ରହଣ କରେ ... ଯୋଉ ପ୍ରକାର ଆମେ ବସ୍ତ୍ର ବାହାର କରୁ ଆଉ ପିନ୍ଧୁ, ସେଇ ପରି, ଭଗବଦ ଗୀତା ରେ ଉଲେଖ କରା ଯାଇଛି ଯେ ବାସମସି ଜୀରନାଁନି ଯଥା ବିହାୟ (BG 2.22) ଯେପରି ଆମେ ବସ୍ତ୍ର ବଦଳ କରୁ, ସେଇ ପ୍ରକାର ଜୀବ, ସେ ଭି ଶରୀର ବଦଳ କରନ୍ତି, ଆତ୍ମା ର ଦେହାନ୍ତରଣ, ତାହାର ବିଗତ (ପୂର୍ବକୃତ) କର୍ମ ର ଫଳ ଭୋଗିବାକୁ ପଡେ | ଏଇ କାର୍ଯ୍ୟ କଳାପ ବଦଳେଇ ହେବ ଯେତେବେଳେ ଜୀବ ସତ୍ଵଗୁଣ ରେ ସ୍ଥିତ ହେବ, ସ୍ଥିର ବୁଦ୍ଧି ଏବଂ ସେ ସେ ବୁଝି ପାରିବ ଯେ ତାକୁ କାଉ କର୍ମ କରିବା ଉଚିତ, ଏବଂ ସେ ଯଦି ଏହା କରେ, ତା ତାର ବିଗତ (ପୁର୍ବକୃତ) କର୍ମ ର ସବୁ ଫଳ ବଦଳି ଯାଇ ପାରିବ | ଫଳ ସ୍ୱରୂପ କର୍ମ ଶାଶ୍ୱତ ନୁହିଁ | ଆଉ ସବୁ, ଚାରଟି ରୁ ପାଞ୍ଚଟା ତତ୍ୱ - ଈଶ୍ୱର, ଜୀବ, ପ୍ରକୃତି, କାଳ ଓ କର୍ମ - ଏଇ ଚାରଟି ଶାଶ୍ୱତ ଅଟେ, ପରନ୍ତୁ କର୍ମ ଶାଶ୍ୱତ ନୁହିଁ |

ଏବେ ଚେତନ ଈଶ୍ୱର, ପରମ ଚେତନ ଈଶ୍ୱର, ଏବଂ ପରମ ଚେତନ ଇଶ୍ୱର, ଓ ଜୀବ ମଧ୍ୟ ରେ ଅନ୍ତର ଏଇ ପ୍ରକାର ଅଛି | ଚେତନା, ଭଗବାନଙ୍କ ଆଉ ଜୀବ, ଦୁଇ ଜଣଙ୍କ ଚେତନା ଦିବ୍ୟ ଅଟେ | ଏହା ନୁହିଁ କି ଚେତନା ଜଡ ପଦାର୍ଥ ର ସଂଯୋଗ ରେ ଉତ୍ପନ ହୁଏ | ଏହା ଭାବିବା ବ୍ରାଂଥିମୂଳକ ଅଟେ | ଏଇ ସିଦ୍ଧାନ୍ତ କି ଚେତନା ଭୌତିକ ସଂଯୋଗ ରେ କିଛି ପରିସ୍ଥିତି ରେ ଉତ୍ପନ ହେଇଛି, ଏହା ଭଗବଦ ଗୀତା ରେ ସ୍ୱୀକାର କରା ଯାଇ ନାହିଁ | ଏହା ହେଇ ପାରିବ ନାହିଁ | ଏଇ ଚେତନା ଭୌତିକ ପରୀସ୍ଥିତି ର ଆବରଣ କାରଣ ରୁ ବିକୃତ ରୂପ ରେ ପ୍ରତିବିମ୍ବ ହେଇ ପାରେ, ଯେପରି କି ରଙ୍ଗୀନ କାଚ ରେ ପରାବର୍ତ୍ତିତ ପ୍ରକାଶ ସେଇ ରଙ୍ଗ ର ପ୍ରତୀତ ହୁଏ | ସେଇ ପରି, ଭଗବାନଙ୍କ ଚେତନା, ଭୌତିକତା ରୁ ପ୍ରଭାବିତ ହୁଏ ନାହିଁ | ପରମ ପୁରଶତମ ଭଗବାନ ଶ୍ରୀ କୃଷ୍ଣ କହନ୍ତି, ମୟାଧିକ୍ଷେଅଣ ପ୍ରକ୍ରିତିଃ: (BG 9.10) | ଯେବେ ସେ ଏଇ ଭୌତିକ ଜଗତ ରେ ଅବତରିତ ହୁଅନ୍ତି, ତ ତାଙ୍କ ଚେତନା ରେ ଭୌତିକ ପ୍ରଭାବ ପଡେ ନାହିଁ | ଯଦି ତାଙ୍କ ଚେତନା ଭୌତିକିତା ରେ ପ୍ରବାହିତ ହୁଅନ୍ତା, ତା ସେ ଦିବ୍ୟ ବିଷୟ ରେ ସମ୍ବନ୍ଧ ଭଗବଦ ଗୀତା କହିବା ପାଇଁ ଅଧିକାର ହେଇ ନଥାନ୍ତେ | କିଏ ଦିବ୍ୟ ଜଗତ ବିଷୟ ରେ କିଛି କହି ପାରିବେନି ଭୌତିକ କଲମସ ର ଗ୍ରସ୍ତ ରୁ ମୁକ୍ତ ବିନା | ତ ଭଗବାନ ଭୌତିକ ସୃଷ୍ଟି ରୁ କଳୁଶୀତ ନାହାନ୍ତି | କିନ୍ତୁ ଆମର ଚେତନା ଏବେ, ଭୌତିକ କଳମସ ରେ ଗ୍ରସ୍ତ ହେଇଛି | ତ ଭଗବଦ ଗୀତା ଶିକ୍ଷ୍ୟା ଦିଏ, ଆମ ମାନଙ୍କୁ ଏଇ କଳୁଷିତ ଚେତନା କୁ ଶୁଦ୍ଧ କରିବା କୁ ଅଛି, ଏବଂ ସେ ଶୁଦ୍ଧ ଚେତନା ରେ, କର୍ମ କରିବା ଉଚିତ | ତେବେ ଆମେ ସୁଖୀ ହେଇ ପାରିବା | ଆମେ ବନ୍ଦ କରି ପାରିବାନି | ଆମେ ଆମର କାର୍ଯ୍ୟ କୁ ବନ୍ଦ କରି ପାରିବାନି |କାର୍ଯ୍ୟ କୁ ଶୁଦ୍ଧ କରିବାକୁ ପଡିବ | ଏବଂ ଏହି ଶୁଦ୍ଧ କର୍ମ ଭକ୍ତି କୁହା ଯାଏ | ଭକ୍ତି ରେ କର୍ମ, ସାମାନ୍ୟ କର୍ମ ପରି ପ୍ରତୀତ ହୁଏ, କିନ୍ତୁ ସେ କଳୁଷିତ ନୁହେଁ | ସେ ଶୁଦ୍ଧ କର୍ମ ଅଟେ | ଜଣେ ଅଜ୍ଞାନୀ ବ୍ୟକ୍ତି ଭକ୍ତ କୁ ସାମାନ୍ୟ ବ୍ୟକ୍ତି ପରି କର୍ମ କରିବା ରେ ଦେଖେ, କିନ୍ତୁ ସେଇ ମୂର୍ଖ, ଏଇଆ ଜାଣେନି ଯେ ଭକ୍ତ ବା ଭଗବାନ ର କର୍ମ, ଅଶୁଦ୍ଧ ପଦାର୍ଥ ରେ କଳୁଷିତ ହୁଏନି , ତିନଟି ଗୁଣ ର ଅଶୁଦ୍ଧତା, ପ୍ରକୃତି ର ଗୁଣ, କିନ୍ତୁ ଦିବ୍ୟ ଚେତନା | ତ ଆମ ଚେତନା ଭୌତିକ କଲମସ ରେ ଗ୍ରସ୍ତ, ଏଇ ଆମକୁ ଜାଣିବା ଦରକାର |