OR/Prabhupada 1072 - ଏହି ଭୋୖତିକ ଜଗତକୁ ଛାଡିବା ଏବଂ ଆମେ ଆମର ଶାଶ୍ଵତ ଜୀବନ ନିତ୍ୟ ଚିନ୍ମୟ ଧାମରେ ପାଇବା

Revision as of 09:27, 25 September 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 1072 - in all Languages Category:OR-Quotes - 1966 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


660219-20 - Lecture BG Introduction - New York

ଭଗବାନଙ୍କର ଉପସ୍ଥିତି, ତାଙ୍କର ଅକାରଣ କୃପା ଯୋଗୁଁ ସେ ତାଙ୍କର ଶ୍ୟାମସୁନ୍ଦର ରୂପ ପ୍ରଦର୍ଶନ କରନ୍ତି । ଦୁର୍ଭାଗ୍ୟବଶତଃ, ଅଳ୍ପବୁଦ୍ଧି ସମ୍ପନ୍ନ ଲୋକମାନେ ତାଙ୍କର ଉପହାସ କରନ୍ତି ।ଅବଜାନ୍ତି ମାଂ ମୂଢ଼ା(BG 9.11) । କାରଣ ଭଗବାନ ଆମପରି ଆସନ୍ତି,ଏବଂ ଆମସହ ମନୁଷ୍ୟ ପରି ଲୀଳା କରନ୍ତି । ତେଣୁ ଆମେ ଭଗବାନଙ୍କୁ ଆମ ଭିତରୁ ଜଣେ ଭାବିବା ଅନୁଚିତ୍ । ଏହା ତାଙ୍କର ସର୍ବଶକ୍ତିମାନତା ଯେ ସେ ତାଙ୍କର ପ୍ରକୃତ ରୂପରେ ଆମ ସମକ୍ଷରେ ଉପସ୍ଥିତ ହୁଅନ୍ତି । ଏବଂ ତାଙ୍କର ଲୀଳା ପ୍ରଦର୍ଶନ କରନ୍ତି, ଯାହା ତାଙ୍କ ପରମଧାମର ଅନୁରୂପ ଅଟେ । ତେଣୁ ଭଗବାନଙ୍କର ସେହି ଧାମ, ଯେଉଁଠାରେ ଅସଂଖ୍ୟ ଲୋକ(ଗ୍ରହ) ସେହି ବ୍ରହ୍ମଜ୍ୟୋତିରେ ମଧ୍ୟ ଅଛନ୍ତି । ଯେପରି ଆମର ଅସଂଖ୍ୟ ଗ୍ରହଗୁଡିକ ସୂର୍ଯ୍ୟ ରଶ୍ମିରେ ଭାସମାନ, ସେହିପରି, ବ୍ରହ୍ମଜ୍ୟୋତିରେ, ଯାହାକି ଭଗବାନଙ୍କର ପାରମଧାମ, କୃଷ୍ଣଲୋକ, ଗୋଲକରୁ ନିର୍ଗତ ହୁଏ, ଆନନ୍ଦ-ଚିନ୍ମୟ-ରସ-ପ୍ରତିଭାବିତାଭିସ(ବ୍ର.ସ.୫.୩୭), ସେହି ସମସ୍ତ ଗ୍ରହ ନିତ୍ୟ ଚିନ୍ମୟ ଗ୍ରହ ଅଟନ୍ତି । ସେମାନେ ଆନନ୍ଦ-ଚିନ୍ମୟ; ସେମାନେ ଭୈାତିକ ଗ୍ରହ ନୁହଁନ୍ତି । ତେଣୁ ଭଗବାନ କହୁଛନ୍ତି,

ନ ତଦ୍ ଭାସୟେତେ ସୂର୍ଯ୍ୟୋ
ନ ଶଶାଙ୍କୋ ନ ପାବକଃ
ଯଦ୍ ଗତ୍ଵା ନ ନିବର୍ତନ୍ତେ
ତଦ୍ ଧାମ ପରମଂ ମମ
(BG 15.6)

ବର୍ତ୍ତମାନ ଯେ କେହି ସେ ପାରବ୍ୟୋମରେ ପ୍ରବେଶ କରେ ତାକୁ ଆଉଥରେ ଏହି ଭୈାତିକ ଆକାଶକୁ ଫେରି ଆସିବାର ଆବଶ୍ୟକତା ନାହିଁ । ଯେତେ ପର୍ଯ୍ୟନ୍ତ ଆମେ ଭୈାତିକ ଆକାଶରେ ଅଛୁ, ଚନ୍ଦ୍ର ଗ୍ରହରେ ପହଞ୍ଚିବା କଥା କଣ ବା କାହିବା.... ଚନ୍ଦ୍ରଗ୍ରହ, ଅବଶ୍ୟ, ନିକଟତମ ଗ୍ରହ, ହେଲେମଧ୍ୟ ଆମେ ଉଚ୍ଚତମ ଗ୍ରହରେ ପହଞ୍ଚି ପରିବା, ଯାହାକୁ ବ୍ରହ୍ମମଲୋକ କୁହାଯାଏ, ସେଠାରେ ମଧ୍ୟ ଆମର ଭୈାତିକ ଜୀବନ ପରି ଦୁଃଖ ରହିବ, ମୁଁ କହିବା ଅର୍ଥ, ଜନ୍ମ, ମୃତ୍ୟୁ, ଜରା, ଓ ବ୍ୟାଧି ଆଦି ଦୁଃଖ । ଭୈାତିକ ବ୍ରହ୍ମାଣ୍ତରେ ଥିବା କୈାଣସି ଲୋକ(ଗ୍ରହ) ଭୈାତିକ ସ୍ଥିତିର ଏ ଚାରୋଟି ନିୟମରୁ ମୁକ୍ତ ନୁହେଁ । ସେଇଥିପାଇଁ ଭଗବାନ ଭଗବଦ୍ ଗୀତାରେ କହିଛନ୍ତି, ଆବ୍ରହ୍ମଭୁବନାଲ୍ଲୋକାଃ ପୁନରାବର୍ତ୍ତିନୋଽର୍ଜୁନ(BG 8.16) । ଜୀବଗଣ ଗୋଟିଏ ଗ୍ରହରୁ ଅନ୍ୟ ଗ୍ରହକୁ ଯାତ୍ରା କରୁଛନ୍ତି । ଏହା ନୁହେଁ କି ଯେ ଆମେ କେବଳ ସ୍ପୁଟନିକର ଯାନ୍ତ୍ରିକ ବ୍ୟବସ୍ଥା ଦ୍ଵାରା ହିଁ ଯାଇପାରିବା । ଯଦି କେହି ଅନ୍ୟ ଗ୍ରହକୁ ଯିବାକୁ ଚାହାଁନ୍ତି, ତାହାର ନିୟମ ଅଛି । ଯାନ୍ତି ଦେବବ୍ରତା ଦେବାନ୍ ପିତୃନ୍ ଯାନ୍ତି ପିତୃବ୍ରତାଃ(BG 9.25) । ଯଦି କେହି ଅନ୍ୟ ଗ୍ରହକୁ ଯିବାକୁ ଚାହାଁନ୍ତି, ମାନେ, ଚଦ୍ର ଗ୍ରହ, ଆମେ ସ୍ପୁଟନିକ ଦ୍ଵାରା ଯିବାକୁ ଚେଷ୍ଟା କରିବାର ଆବଶ୍ୟକତା ନାହିଁ । ଭଗବଦ୍ ଗୀତାରେ ଆମପାଇଁ ଉପଦେଶ ଅଛି, ଯାନ୍ତି ଦେବବ୍ରତା ଦେବାନ୍ । ଏହି ଚଦ୍ରଲୋକ ବା ସୂର୍ଯ୍ୟଲୋକ ବା ଭୂଲୋକରୁ ଉଚ୍ଚରେ ଥିବା ଲୋକଗୁଡିକୁ, ସ୍ଵର୍ଗଲୋକ କୁହାଯାଏ । ସ୍ଵର୍ଗଲୋକ । ଭୂଲୋକ, ଭୂବରଲୋକ, ସ୍ଵର୍ଗଲୋକ । ଗ୍ରହମାନଙ୍କର ଭିନ୍ନ-ଭିନ୍ନ ସ୍ଥିତି ଅଛି । ତେଣୁ ଦେବଲୋକ, ସେମାନେ ସେହିପାରି ଜଣା ଯାଆନ୍ତି । ଭଗବଦ୍ ଗୀତା ଏକ ସହଜ ସୂତ୍ର ବତାଉଛି ଯେ ତମେ ଉଚ୍ଚତର ଦେବଲୋକ, ଲୋକକୁ ଯାଇପାରିବ । ଯାନ୍ତି ଦେବବ୍ରତା ଦେବାନ୍ । ଯାନ୍ତି ଦେବବ୍ରତା ଦେବାନ୍ । ଦେବବ୍ରତା, ଯଦି ଆମେ ଏକ ନିର୍ଦ୍ଦିଷ୍ଟ ଦେବତାଙ୍କୁ ପୂଜା କରିବାର ବିଧି ଅଭ୍ୟାସ କରିବା, ତେବେ ଆମେ ମଧ୍ୟ ସେହି ନିର୍ଦ୍ଦିଷ୍ଟ ଲୋକକୁ ଯାଇପାରିବା । ଆମେ ସୂର୍ଯ୍ୟଲୋକକୁ ବି ଯାଇପାରିବା, ଆମେ ଚନ୍ଦ୍ରଲୋକକୁ ଯାଇପାରିବା, ଆମେ ସ୍ଵର୍ଗଲୋକକୁ ଯାଇପାରିବା, ଏହି ଭୈାତିକ ବ୍ରହ୍ମାଣ୍ତରେ କୈାଣସି ଲୋକକୁ ଯାତ୍ରା କରିବା ନିମିତ୍ତ ଭଗବଦ୍ ଗୀତା ଆମକୁ ଉପଦେଶ ଦିଏ ନାହିଁ, କାରଣ ଆମେ ସର୍ବୋଚ୍ଚ ଲୋକ, ବ୍ରହ୍ମଲୋକକୁ ଗଲେ ସୁଦ୍ଧା, ଯାହା ଆଧୁନିକ ବୈଜ୍ଞାନିକମାନଙ୍କ ଦ୍ଵରା ଗଣନା କରାଯାଇଅଛି ଯେ ଆମେମାନେ ସର୍ବୋଚ୍ଚ ଗ୍ରହକୁ ସ୍ପୁଟନିକ୍ ମାଧ୍ୟମରେ ୪୦,୦୦୦ ବର୍ଷ ଯାତ୍ରା କରି ପହଞ୍ଚି ପାରିବା । ବର୍ତ୍ତମାନ ୪୦,୦୦୦ ବର୍ଷ ବଞ୍ଚିବା ଏବଂ ଭୈାତିକ ବ୍ରହ୍ମାଣ୍ତର ସର୍ବୋଚ୍ଚ ଗ୍ରହରେ ପହଞ୍ଚିବା ସମ୍ଭବ ନୁହେଁ । କିନ୍ତୁ ଯଦି କେହି ନିଜର ଜୀବନ ଏକ ନିର୍ଦ୍ଦିଷ୍ଟ ଦେବତାଙ୍କୁ ପୂଜା କରିବାରେ ନିୟୋଜିତ କରେ ସେ ସେହି ନିର୍ଦ୍ଦିଷ୍ଟ ଗ୍ରହକୁ ଯାଇପାରିବ, ଯାହା କି ଭଗବଦ୍ ଗୀତାରେ କୁହାଯାଇଅଛି: ଯାନ୍ତି ଦେବବ୍ରତା ଦେବାନ୍ ପିତୃନ୍ ଯାନ୍ତି ପିତୃବ୍ରତାଃ(BG 9.25) । ସେହିପରି,ପିତୃଲୋକ ଅଛି । ସେହିପରି କେହି ପରମ ଧାମକୁ ଯିବାକୁ ଚାହେଁ,ପରମ ଧାମ... ପରମ ଧାମ ଅର୍ଥାତ୍ କୃଷ୍ଣଲୋକ । ପରବ୍ୟୋମରେ ଅସଂଖ୍ୟ ଲୋକ ଅଛି,ସନାତନ ଲୋକ, ନିତ୍ୟ ଚିନ୍ମୟ ଲୋକ ଯାହାର ଧ୍ଵଶଂ, ବିନାଶ ନାହିଁ । କିନ୍ତୁ ସେହି ସମସ୍ତ ନିତ୍ୟ ଚିନ୍ମୟ ଲୋକ(ଗ୍ରହ)ମାନଙ୍କ ମଧ୍ୟରୁ ଗୋଟିଏ ଲୋକ, ମୖୋଳିକ ଲୋକ, ଯାହାକୁ ଗୋଲକ ବୃନ୍ଦାବନ କୁହାଯାଏ । ତେଣୁ ଏହି ସବୁ ତଥ୍ୟ ଭଗବଦ୍ ଗୀତାରେ ଦିଆଯାଇଅଛି ଏବଂ ଆମକୁ ସୁଯୋଗ ମିଳିଛି ଏହି ଭୈାତିକ ଜଗତକୁ ତ୍ୟାଗ କରିବା ଏବଂ ଆମର ଶାଶ୍ଵତ ଜୀବନ ନିତ୍ୟ ଚିନ୍ମୟ ଧାମରେ ପାଇବା ପାଇଁ ।