OR/Prabhupada 1076 - ମୃତ୍ୟୁ ସମୟରେ ଆମେ ଏହି ଜଗତରେ ରହିପାରିବା, କିମ୍ଵା ଚିଦ୍ ଜଗତକୁ ସ୍ଥାନାନ୍ତରିତ ହୋଇପାରିବା

Revision as of 10:39, 25 September 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 1076 - in all Languages Category:OR-Quotes - 1966 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


660219-20 - Lecture BG Introduction - New York

ବିଭିନ୍ନ ପ୍ରକାରର ଭାବ ଅଛି । ବର୍ତ୍ତମାନ, ଏହି ଭୂତପ୍ରକୃତି ମଧ୍ୟ ଏକ ପ୍ରକାରର ଭାବ, ଯାହା ଆମେ ପୂର୍ବରୁ ବର୍ଣ୍ଣନା କରିଛୁ, ଯେ ଏହି ଭୂତ ପ୍ରକୃତି ମଧ୍ୟ ପରମେଶ୍ଵରଙ୍କର ଏକ ଶକ୍ତିର ପ୍ରକାଶ ଅଟେ । ବିଷ୍ଣୁପୁରାଣରେ ପରମେଶ୍ଵରଙ୍କର ସମସ୍ତ ଶକ୍ତିର ବର୍ଣ୍ଣନା କରାଯାଇଅଛି ।

ବିଷ୍ଣୁଶକ୍ତିଃ ପରାପ୍ରୋକ୍ତା
କ୍ଷେତ୍ରଜ୍ଞାଖ୍ୟା ତଥା ପରା
ଅବିଦ୍ୟାକର୍ମସଂଜ୍ଞାନ୍ୟା
ତୃତୀୟା ଶକ୍ତିରିଷ୍ୟତେ
(CC Madhya 6.154)

ସମସ୍ତ ଶକ୍ତ, ପରାସ୍ୟ ଶକ୍ତିର୍ ବିବିଧେବ ଶୃୟତେ(CC Madhya 13.65) । ପରମେଶ୍ଵରଙ୍କର ବିଭିନ୍ନ ପ୍ରକାରର ଶକ୍ତି ଅଛି, ଅନନ୍ତ ଶକ୍ତି, ଯାହା ଆମର ଚିନ୍ତାଶକ୍ତି ବାହାରେ । କିନ୍ତୁ ଖୁବ୍ ପ୍ରସିଦ୍ଧ ବିଦ୍ଵାନ୍ ମୁନିଋଷିଗଣ, ମୁକ୍ତ ମାହାଜନଗଣ, ଅଧ୍ୟୟନ କରିଛନ୍ତି ଏବଂ ସେମାନେ ସମସ୍ତ ଶକ୍ତିକୁ ତିନିଭାଗରେ ବିଭକ୍ତ କରିଛନ୍ତି । ପ୍ରଥମେ...ସମସ୍ତ ଶକ୍ତି ହେଉଛି ବିଷ୍ଣୁଶକ୍ତି । ସମସ୍ତ ଶକ୍ତି, ଭଗବାନ୍ ବିଷ୍ଣୁଙ୍କର ବିଭିନ୍ନ ଶକ୍ତି ଅଟନ୍ତି । ବର୍ତ୍ତମାନ, ସେ ଶକ୍ତି ହେଉଛି ପରା, ଦିବ୍ୟଶକ୍ତି । ଏବଂ କ୍ଷେତ୍ରଜ୍ଞାଖ୍ୟା ତଥା ପରା, ଏବଂ ଜୀବ, କ୍ଷେତ୍ରଜ୍ଞା, ସେମାନେ ମଧ୍ୟ ଦିବ୍ୟଶକ୍ତିରେ ଅନ୍ତର୍ଗତ । ଏହା ଭଗବଦ୍ ଗୀତାରେ ମଧ୍ୟ ସ୍ଵୀକାର କରାଯାଇଅଛି । ଆମେ ପୂର୍ବରୁ ବର୍ଣ୍ଣନା କରିଛୁ । ଏବଂ ଅନ୍ୟ ଶକ୍ତିଗୁଡିକ,ଭୌତିକ ଶକ୍ତି ହେଉଛି ତୃତୀୟା କର୍ମସଂଜ୍ଞାନ୍ୟା (CC Madhya 6.154) ଅନ୍ୟ ଶକ୍ତି ତମୋଗୁଣ ପ୍ରଧାନ ଅଟେ । ତେଣୁ ତାହା ଭୌତିକ ଶକ୍ତି । ତେଣୁ ଭୌତିକ ଶକ୍ତି ମଧ୍ୟ ଭଗବତ୍(ଅସ୍ପଷ୍ଟ) ଅଟେ । ତେଣୁ ମୃତ୍ୟୁ ସମୟରେ ଆମେମାନେ ଭୌତିକ ଶକ୍ତିରେ ରହିପାରିବା, କିମ୍ଵା ଭୌତିକ ଜଗତରେ, କିମ୍ଵା ଚିଦ୍ ଜଗତକୁ ସ୍ଥାନାନ୍ତରିତ ହୋଇପାରିବା । ତାହା ହେଉଛି ନିତୀ । ତେଣୁ ଭାଗବଦ୍ ଗୀତାରେ କୁହାଯାଇଛି,

ଯଂ ଯଂ ବାପି ସ୍ମରନ୍ ଭାବଂ
ତ୍ୟଜତ୍ୟନ୍ତେ କଳେବରମ୍
ତଂ ତମେବୈତି କୌନ୍ତେୟ
ସଦା ତଦ୍ ଭାବ ଭାବିତଃ
(BG 8.6)

ବର୍ତ୍ତମାନ, ଆମେମାନେ ଚିନ୍ତା କରିବାରେ ଅଭ୍ୟସ୍ତ, ଭୌତିକ ଶକ୍ତି କିମ୍ଵା ଦିବ୍ୟଶକ୍ତି ବିଷୟରେ, ବର୍ତ୍ତମାନ, ଚିନ୍ତାକୁ କିପରି ସ୍ଥାନାନ୍ତର କରିବା ? କିପରି ଭୌତିକ ଶକ୍ତିର ଚିନ୍ତାକୁ ଦିବ୍ୟଶକ୍ତି ଚିନ୍ତାରେ ସ୍ଥାନାନ୍ତର କରିବା ? ତେଣୁ ଦିବ୍ୟଶକ୍ତି ଚିନ୍ତା ପାଇଁ ବୈଦିକ ସାହିତ୍ୟମାନ ଅଛି । ଯେପରି ଭୌତିକ ଶକ୍ତି ଚିନ୍ତା ପାଇଁ ଅନେକ ସାହିତ୍ୟ ଅଛି- ସମ୍ଵାଦପତ୍ର, ପତ୍ରିକା, ଉପନ୍ୟାସ ଇତ୍ୟାଦି । ସାହିତ୍ୟରେ ପୂର୍ଣ୍ଣ । ତେଣୁ ଆମର ଚିନ୍ତାଶକ୍ତି ଏହିସବୁ ସାହିତ୍ୟରେ ଲିପ୍ତ ରହିଛି । ସେହିପରି, ଆମେ ଯଦି ଆମର ଚିନ୍ତାଶକ୍ତିକୁ ଚିଦ୍ ବାତାବରଣକୁ ସ୍ଥାନାନ୍ତର କରିବାକୁ ଚେଷ୍ଟାକରିବା, ତେବେ ଆମେ ଆମର ପଢ଼ିବା ଶକ୍ତିକୁ ବୈଦିକ ସାହିତ୍ୟକୁ ସ୍ଥାନାନ୍ତର କରିବାକୁ ହବ । ତେଣୁ ବିଶିଷ୍ଟ ମୁନିଋଷିଗଣ ଅନେକ ବୈଦିକ ସାହିତ୍ୟ, ପୁରାଣାଦି ରଚନା କରିଦେଇଯାଇଛନ୍ତି । ପୁରାଣଗୁଡ଼ିକ କାଳ୍ପନିକ ନୁହଁନ୍ତି । ସେଗୁଡ଼ିକ ଐତିହାସିକ ତଥ୍ୟଗ୍ରନ୍ଥ । ଶ୍ରୀ ଚୈତନ୍ୟ ଚରିତାମୃତରେ ନିମ୍ନ ପଦ ଦେଖିବାକୁ ମିଳେ । ଅନାଦି ବହିର୍ମୁଖ ଜିବ କୃଷ୍ଣ ଭୁଲି ଗେଲ ଅତୈବ କୃଷ୍ଣ ବେଦ ପୁରାଣ କୈଲା (CC Madhya 20.117) । ଯେ ଏହି ବିସ୍ମରଣଶୀଳ ଜୀବଗଣ, ବଦ୍ଧଜୀବଗଣ, ଭଗବାନଙ୍କ ସହିତ ଥିବା ସେମାନଙ୍କ ସମ୍ଵନ୍ଧକୁ ଭୁଲିଯାଇଛନ୍ତି, ଏବଂ ସେମାନେ ଭୌତିକ କର୍ମ ସମ୍ଵନ୍ଧରେ ଚିନ୍ତା କରିବାରେ ଲୀନ । ଏବଂ ସେମାନଙ୍କର ଚିନ୍ତାଶକ୍ତିକୁ ପରବ୍ୟୋମ ଆଡ଼କୁ ସ୍ଥାନାନ୍ତର କରିବା ନିମିତ୍ତ, କୃଷ୍ଣ-ଦ୍ଵୈପାୟନ ବ୍ୟାସଦେବ, ଅନେକ ବୈଦିକ ସାହିତ୍ୟ ଦେଇଯାଇଛନ୍ତି । ବୈଦିକ ସାହିତ୍ୟ ଅର୍ଥାତ୍ ପ୍ରଥମେ ସେ ବେଦକୁ ଚାରିଭାଗରେ ବିଭକ୍ତ କଲେ । ତାପରେ ସେ ତାହା ପୂରାଣମାନଙ୍କରେ ବର୍ଣ୍ଣନା କଲେ । ତାପରେ ଅଳ୍ପବୁଦ୍ଧିସମ୍ପନ୍ନ ବ୍ୟକ୍ତ, ଯଥା ସ୍ତ୍ରୀ, ଶୁଦ୍ର, ବେଶ୍ୟମାନଙ୍କ ପାଇଁ ସେ ମାହାଭାରତ ରଚନା କଲେ । ଏବଂ ମହାଭାରତରେ ଭଗବଦ୍ ଗୀତାକୁ ବର୍ଣ୍ଣନା କରିଥିଲେ । ତାପରେ ସମସ୍ତ ବୈଦିକ ସାହିତ୍ୟର ସାରାଂଶ ବେଦାନ୍ତ ସୂତ୍ରରେ ବର୍ଣ୍ଣନା କରିଥିଲେ । ଏବଂ ବେଦାନ୍ତ ସୂତ୍ର ଭବିଷ୍ୟତରେ ଦିଗ୍ ଦର୍ଶନ ନିମିତ୍ତ, ସେ ଏକ ସ୍ଵାଭାବିକ ଭାଷ୍ୟ ଦେଇଗଲେ ଯାହାକୁ ଶ୍ରୀମଦ୍ ଭାଗବତ କୁହାଯାଏ ।