OR/Prabhupada 0093 - ଭଗବଦ୍ ଗୀତା ମଧ୍ୟ କୃଷ୍ଣ ଅଟନ୍ତି



Lecture on Brahma-samhita, Lecture -- Bombay, January 3, 1973

ତେଣୁ ଶ୍ରୀମଦ୍ ଭାଗବତମ୍ ବେଦାନ୍ତ ସୂତ୍ରର ମୂଳ ବ୍ୟାଖ୍ୟା ଅଟେ । ତେଣୁ ବେଦାନ୍ତ ସୂତ୍ରରେ, ବେଦାନ୍ତ ସୂତ୍ରର ବ୍ୟାଖ୍ୟାରେ, ଶ୍ରୀମଦ୍ ଭାଗବତମ୍, ଏହା କୁହାଯାଇଛି ଯେ,

ଜନ୍ମାଦ୍ୟସ୍ୟ ଯତଃ ଅନ୍ଵଯାତ୍ ଇତରତଶ୍ ଚାର୍ଥେଷୁ ଅଭିଞଃ
ତେନେ ବ୍ରହ୍ମ ହ୍ରଦା ଆଦି କବୟେ ମୁହଯାନ୍ତି ଯତ୍ର ସୂରୟଃ
(SB 1.1.1)

ଏହି ବର୍ଣ୍ଣନା ଅଛି । ତେଣୁ ଆଦି-କବି, ଆଦି-କବି ଅର୍ଥାତ୍ ବ୍ରହ୍ମା । ବ୍ରହ୍ମା ଅଦି-କବି । ତେଣୁ ତେନେ ବ୍ରହ୍ମା । ବ୍ରହ୍ମା ଅର୍ଥାତ୍ ଶଦ୍ଦ-ବ୍ରାହ୍ମଣ, ଵୈଦିକ ସାହିତ୍ୟ । ତେଣୁ ସେ(କୃଷ୍ଣ) ନିର୍ଦ୍ଦେଶ ଦେଲେ କିମ୍ଵା ପ୍ରଦାନ କରିଲେ ବ୍ରହ୍ମାଙ୍କ ହୃଦୟରେ । କାରଣ ଯେତେବେଳେ ସୃଷ୍ଟିର ରଚନା ହେଲା, ବ୍ରହ୍ମା ଏକମାତ୍ର ବ୍ୟକ୍ତି ଥିଲେ, ଜୀବ, ପ୍ରାରମ୍ଭରେ । ତେଣୁ ପ୍ରଶ୍ନ କରାଯାଇପାରେ ଯେ "ବ୍ରହ୍ମା କିପରି ବୈଦିକ ଜ୍ଞାନ ପ୍ରାପ୍ତ କରିଲେ?" ତାହା ବର୍ଣ୍ଣନା କରାଯାଇଛି: ତେନେ ବ୍ରହ୍ମା...ବ୍ରହ୍ମା । ବ୍ରହ୍ମା ଅର୍ଥାତ୍ ବୈଦିକ ସାହିତ୍ୟ । ଶଦ୍ଦ-ବ୍ରାହ୍ମଣ । ଏହି ସୂଚନା, ଭଗବାନଙ୍କର ବର୍ଣ୍ଣନା ମଧ୍ୟ ବ୍ରାହ୍ମଣ ଅଟେ । ବ୍ରାହ୍ମଣ ପୂର୍ଣ୍ଣ ଅଟନ୍ତି । ବ୍ରାହ୍ମଣ ଏବଂ ବ୍ରାହ୍ମଣଙ୍କୁ ବର୍ଣ୍ଣନା କରୁଥିବା ସାହିତ୍ୟ ମଧ୍ୟରେ କୌଣସି ଅନ୍ତର ନାହିଁ । ଏକା କଥା: ଯେପରି ଭଗବଦ୍ ଗୀତା ଏବଂ କୃଷ୍ଣ, କୌଣସି ଅନ୍ତର ନାହିଁ । ଭଗବଦ୍ ଗୀତା ମଧ୍ୟ କୃଷ୍ଣ ଅଟନ୍ତି । ଅନ୍ୟଥା ଏହି ପୁସ୍ତକକୁ କାହିଁକି ପୂଜା କରାଯାଉଛି, ସେଥିପାଇଁ, ଏତେ ଲମ୍ଵା ସମୟ ପର୍ଯ୍ୟନ୍ତ, ପାଞ୍ଚହଜାର ବର୍ଷରୁ, ଯଦି ଭଗବଦ୍ ଗୀତା କୃଷ୍ଣ ହୋଇନଥାନ୍ତେ? ଆଜିକାଲି ଅନେକ ସାହିତ୍ୟ, ପୁସ୍ତକଗୁଡ଼ିକ, ପ୍ରକାଶିତ ହେଉଛି । ବର୍ଷେ, ଦୁଇ ବର୍ଷ, ତିନି ବର୍ଷ ପରେ - ଶେଷ । କେହି ସେମାନଙ୍କୁ ଖାତିର କରନ୍ତି ନାହିଁ । କେହି ଏହାକୁ ଖାତିର କରନ୍ତି ନାହିଁ । କେହି ପଢ଼ନ୍ତି ନାହିଁ... ତୁମେ ଦୁନିଆର ଇତିହାସ ମଧ୍ୟରୁ କୌଣସି ସାହିତ୍ୟ ନିଅ, କୌଣସି ସାହିତ୍ୟ ପାଞ୍ଚ ହଜାର ବର୍ଷ ପାଇଁ ରହେ ନାହିଁ, ବାରମ୍ଵାର ଅନେକ ବିଦ୍ଵାନ, ଧାର୍ମିକ ଏବଂ ଦାର୍ଶନିକମାନଙ୍କ ଦ୍ଵାରା ପଢ଼ାଯାଉଛି, ସବୁ । କାହିଁକି? କାରଣ ଏହା କୃଷ୍ଣ ଅଟନ୍ତି । କୃଷ୍ଣ...ଭଗବଦ୍ ଗୀତା ଏବଂ ଭଗବାନ ମଧ୍ୟରେ କୌଣସି ଅନ୍ତର ନାହିଁ । ଶଦ୍ଦ-ବ୍ରାହ୍ମଣ । ତେଣୁ ଭଗବଦ୍ ଗୀତାକୁ ସାଧାରଣ ସାହିତ୍ୟ ଭାବରେ ନେବା ଉଚିତ୍ ନୁହେଁ, ଯେ ଜଣେ ତଥା କଥିତ ଏବିସିଡି ଜ୍ଞାନ ଦ୍ଵାରା ଏହା ଉପରେ ଟିପ୍ପଣୀ ଦେଇପାରିବ । ନା, ତାହା ସମ୍ଭବ ନୁହେଁ । ମୂର୍ଖମାନେ ଏବଂ ଦୁର୍ଜନମାନେ, ସେମାନେ ତାଙ୍କର ଏବିସିଡି ପାଣ୍ତିତ୍ୟ ଦ୍ଵାରା ଭଗବଦ୍ ଗୀତା ଉପରେ ଟିପ୍ପଣୀ ଦେବାକୁ ଚେଷ୍ଟା କରନ୍ତି । ତାହା ସମ୍ଭବ ନୁହେଁ । ଏହା ଶଦ୍ଦ-ବ୍ରାହ୍ମଣ ଅଟେ । ଯେଉଁ ବ୍ୟକ୍ତିର କୃଷ୍ଣଙ୍କ ପ୍ରତି ଭକ୍ତି ଅଛି, ଏହା ତା ନିକଟରେ ପ୍ରକାଶିତ ହେବ । ଯସ୍ୟ ଦେବେ ପରା ଭକ୍ତିର୍ ଯଥା ଦେବେ...ଏହା ବୈଦିକ ନିର୍ଦ୍ଦେଶ ଅଟେ ।

ଯସ୍ୟ ଦେବେ ପରା ଭକ୍ତିର୍
ଯଥା ଦେବେ ତଥା ଗୁରୋ
ତସ୍ୟୈ କଥିତା ହି ଅର୍ଥାଃ
ପ୍ରକାଶନ୍ତେ ମହାତ୍ମନଃ
(ŚU 6.23)

ସେମାନେ ପ୍ରକାଶିତ ହୁଅନ୍ତି । ସେଥିପାଇଁ ବୈଦିକ ସାହିତ୍ୟକୁ ପ୍ରକାଶିତ କୁହାଯାଏ । ଏହା ନୁହେଁ ଯେ ମୁଁ ଏହାକୁ ଆପଣଙ୍କର ଏବିସିଡି ଜ୍ଞାନ ଦ୍ଵାରା ବୁଝିପାରିବି । ମୁଁ ଏକ ଭଗବଦ୍ ଗୀତା କିଣିପାରିବି, ଏବଂ କାରଣ ମୋର ବ୍ୟାକରଣରେ ଜ୍ଞାନ ଅଛି, ମୁଁ ଏହାକୁ ବୁଝିପାରିବି । ନା । ବେଦେଷୁ ଦୁର୍ଲଭ । ବ୍ରହ୍ମ ସଂହିତାରେ ଏହା କୁହାଯାଇଛି ଯେ, ବେଦେଷୁ ଦୁର୍ଲଭ । ତୁମେ ତୁମର ସାହିତ୍ୟିକ କ୍ଷମତା ଏବଂ ପାଣ୍ତିତ୍ୟ ଦ୍ଵାରା ସମସ୍ତ ବୈଦିକ ସାହିତ୍ୟ ଅଧ୍ୟୟନ କରି ଚାଲ - ଦୁର୍ଲଭ । ଏହା ସମ୍ଭବ ନୁହେଁ । ବେଦେଷୁ ଦୁର୍ଲଭ । ସେଥିପାଇଁ ଅନେକ ବ୍ୟକ୍ତି ଅଛନ୍ତି, ସେମାନେ ତାଙ୍କର ତଥା କଥିତ ପାଣ୍ତିତ୍ୟ ଦ୍ଵାରା ଭଗବଦ୍ ଗୀତାର ବ୍ୟାଖ୍ୟା କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ କେହି ତାହା ପାଇଁ ଖାତିର କରୁନାହାଁନ୍ତି । ସେମାନେ ଜଣେ ବ୍ୟକ୍ତିକୁ ମଧ୍ୟ କୃଷ୍ଣଙ୍କର ଭକ୍ତ ବନେଇ ପାରିବେ ନାହିଁ । ଏହା ଏକ ଆହ୍ଵାନ ଅଟେ । ତୁମର ବମ୍ଵେରେ ଅନେକ ବ୍ୟକ୍ତି ଅଛନ୍ତି, ସେମାନେ ଅନେକ ବର୍ଷ ହେଲା ଭଗବଦ୍ ଗୀତା ବର୍ଣ୍ଣନା କରୁଛନ୍ତି, କିନ୍ତୁ ସେମାନେ ଏକ ବ୍ୟକ୍ତିକୁ ମଧ୍ୟ କୃଷ୍ଣଙ୍କର ଶୁଦ୍ଧ ଭକ୍ତ ବନେଇ ପାରିଲେ ନାହିଁ । ଏହା ଆମର ଆହ୍ଵାନ ଅଟେ । କିନ୍ତୁ ଏହି ଭଗବଦ୍ ଗୀତା, ବର୍ତ୍ତମାନ ଏହା ମୌଳିକ ରୂପରେ ବର୍ଣ୍ଣନା କରାଯାଉଛି, ଏବଂ ହଜାରେ ଏବଂ ହଜାରେ ୟୁରୋପୀୟମାନେ ଏବଂ ଆମେରିକୀୟମାନେ, ଯାହାର ପୂର୍ବଜ କିମ୍ଵା ପରିବାରରେ କୃଷ୍ଣଙ୍କର ନାମ କେହି ଜାଣି ନ ଥିଲେ, ସେମାନେ ଭକ୍ତ ହେଉଛନ୍ତି । ଏହା ସଫଳତାର ରହସ୍ୟ ଅଟେ । କିନ୍ତୁ ଏହି ମୂର୍ଖ ଲୋକ, ସେମାନେ ଜାଣି ନାହାଁନ୍ତି । ସେମାନେ ଭାବୁଛନ୍ତି ଯେ ସେମାନଙ୍କର ଧ୍ରୁତ ଜ୍ଞାନ ଦ୍ଵାରା ଭଗବଦ୍ ଗୀତାର ବ୍ୟାଖ୍ୟା କରି, ସେମାନେ ଭଗବଦ୍ ଗୀତା ପ୍ରକାଶିତ କରିପାରିବେ । ତାହା ସମ୍ଭବ ନୁହେଁ । ନାହଂ ପ୍ରକାଶଃ ଯୋଗମାୟାସମାବୃତଃ । କୃଷ୍ଣ ଏହି ମୂର୍ଖ ଏବଂ ଦୁର୍ଜନମାନଙ୍କ ସମ୍ମୁଖରେ ପ୍ରକଟ ହୁଅନ୍ତି ନାହିଁ । କୃଷ୍ଣ କଦାପି ପ୍ରକଟ ହୁଅନ୍ତି ନାହିଁ । ନାହଂ ପ୍ରକାଶଃ ସର୍ବସ୍ୟ (BG 7.25) । ସେ ଏତେ ଶସ୍ତା ନୁହଁନ୍ତି ଯେ ଏହି ମୂର୍ଖ ଏବଂ ଦୁର୍ଜନମାନେ ତାଙ୍କୁ ବୁଝିପାରିବେ । ଏହା ସମ୍ଭବ ନୁହେଁ । କୃଷ୍ଣ କୁହନ୍ତି, ନାହଂ ପ୍ରକାଶଃ ସର୍ବସ୍ୟ ଯୋଗମାୟା-ସମାବୃତଃ (BG 7.25)

ମନୁଷ୍ୟାଣାଂ ସହସ୍ରେଷୁ
କଶ୍ଚିଦ୍ ଯତତି ସିଦ୍ଧୟେ
ଯତତାମପି ସିଦ୍ଧାନାଂ
କଶ୍ଚିନ୍ମାଂ ବେତ୍ତି ତତ୍ତ୍ଵତଃ
(BG 7.3)