OR/Prabhupada 0120 - ଅଚିନ୍ତ୍ୟ ରହସ୍ୟବାଦୀ ଶକ୍ତି



Morning Walk At Cheviot Hills Golf Course -- May 17, 1973, Los Angeles

ପ୍ରଭୁପାଦ: ତୁମେ ଅନୁବାଦ କରିଛ କି ନାହିଁ?

ସ୍ଵରୂପ ଦାମୋଦର: ଅଚିନ୍ତନୀୟ?

ପ୍ରଭୁପାଦ: ହଁ । ଅଚିନ୍ତନୀୟ କିମ୍ବା ରହସ୍ୟବାଦୀ ।

ସ୍ଵରୂପ ଦାମୋଦର: ରହସ୍ୟବାଦୀ ଶକ୍ତି ।

ପ୍ରଭୁପାଦ: ହଁ ।

ସ୍ଵରୂପ ଦାମୋଦର: ମୁଁ କେବଳ ସଂଗ୍ରହ କରୁଛି ଯାହା ଶ୍ରୀଲା ପ୍ରଭୁପାଦ ବର୍ଣ୍ଣନା କରିଲେ, ବିଭିନ୍ନ ଅଚିନ୍ତ୍ୟ-ଶକ୍ତିମାନ ଅଛି ଯାହା ଅମେ ଦେଖୁଛୁ ।

ପ୍ରଭୁପାଦ: ଏଠାରେ ଅଚିନ୍ତ୍ୟ ଶକ୍ତି କାମ କରୁଛି, ଅର୍ଥାତ୍, କୁହୁଡ଼ି । ଏହାକୁ ହଟେଇବା ପାଇଁ ତୁମ ପାଖରେ ଶକ୍ତି ନାହିଁ । ଆମ ଶକ୍ତି ବାହାରେ । ତୁମେ ଶଦ୍ଦର ଯାଦୁ କରି ଏହାକୁ ବର୍ଣ୍ଣନା କରିପାରିବ...

ପଥିକ: ସୁପ୍ରଭାତ ।

ପ୍ରଭୁପାଦ: ସୁପ୍ରଭାତ । ...ଯେ "ଏପରି ରାସାୟନ, ଏପରି ଅଣୁ, ଏପରି ଏହା, ତାହା, "ଅନେକ ଜିନିଷ ଅଛି । କିନ୍ତୁ (ହସି ହସି) ଏହାକୁ ହଟେଇବାକୁ ତୁମ ପାଖରେ ଶକ୍ତି ନାହିଁ ।

ସ୍ଵରୂପ ଦାମୋଦର: ହଁ । କୁହୁଡ଼ି କିପରି ତିଆରି ହୁଏ ଏହାର ବ୍ୟାଖ୍ୟା ସେମାନଙ୍କ ପାଖରେ ଅଛି । ସେମାନେ ଏହାକୁ କୁହଁନ୍ତି...

ପ୍ରଭୁପାଦ: ତାହା ତୁମେ କରିପାରିବ । ମୁଁ ମଧ୍ୟ ତାହା କରିପାରିବି । ଏହା ଏତେ ବଡ଼ ଶ୍ରେୟ ନୁହେଁ । କିନ୍ତୁ ତୁମେ ଯଦି ଜାଣିଛ ଏହା କିପରି ତିଆରି ହୁଏ, ତେବେ ଏହାକୁ ନିଷ୍ଫଳ କର ।

ସ୍ଵରୂପ ଦାମୋଦର: ଆମେ ଜାଣିଛୁ ଏହା କିପରି ତିଆରି ହୁଏ । ଆମେ ଜାଣିଛୁ ଏହା କିପରି ତିଆରି ହୁଏ ।

ପ୍ରଭୁପାଦ: ହଁ । ତେବେ ତୁମେ ଜାଣିଛ, ତେବେ ପ୍ରତିକରଣ ଖୋଜ । ଯେପରିକି ପୂର୍ବେ, ଯୁଦ୍ଧ ସମୟରେ ପରମାଣୁ ବ୍ରହ୍ମାସ୍ତ୍ର ପକାଯାଉଥିଲା । ଅନ୍ୟ ପକ୍ଷରେ...ବ୍ରହ୍ମାସ୍ତ୍ର ଅର୍ଥାତ୍ ଅତ୍ୟଧିକ ଉତ୍ତାପ । ତେଣୁ ସେଥିପାଇଁ ସେମାନେ କିଛି କରିଲେ, ସେମାନେ ଜଳରେ ପରିବର୍ତ୍ତନ କରିଲେ । କାରଣ ଉତ୍ତାପ ପରେ, ଜଳ ରହିବା ଉଚିତ୍ । ତେବେ ସେ ବିଜ୍ଞାନ କାହିଁ?

ସ୍ଵରୂପ ଦାମୋଦର: ଏହା କ୍ଷୀର ପରି । କ୍ଷୀର ଧଳା ଦେଖାଯାଏ, କିନ୍ତୁ ଏହା କେବଳ ଜଳ । ସେମାନେ ଏହାକୁ କୁହଁନ୍ତି, ଏହା ପୁଷ୍ଟିସାରର ଏକ ଅଠାଳିଆ ସ୍ଥଗିତି କରଣ, ଏହି ଛେନାରେ ଥିବା ପଦାର୍ଥ, ପାଣିରେ । ତେଣୁ ସେହିପରି, ଏହି କୁହୁଡ଼ି ହେଉଛି ବାୟୁରେ କେବଳ ଜଳର ଏକ ଅଠାଳିଆ ସ୍ଥଗିତି କରଣ ।

ପ୍ରଭୁପାଦ: ହଁ । ତେଣୁ ତୁମେ ଯଦି କିଛି ଅଗ୍ନି ସୃଷ୍ଟି କରିବ । ଏହା ତୂରନ୍ତ ଚାଲିଯିବ । ଅଗ୍ନି ଦ୍ଵାରା ଜଳକୁ ଦୂରକୁ ପଠାଯାଇପାରିବ । ତେବେ ତୁମେ ସୃଷ୍ଟିକର । ତାହା ତୁମେ କରିପାରିବନି । ତୁମେ କେବଳ ଏକ ବୋମା ପକେଇ ପାରିବ । ସେଠାରେ କିଛି ଉତ୍ତାପ ହେବ, ଏବଂ ସମସ୍ତ କୁହୁଡ଼ି ଚାଲିଯିବ । ଏହା କର ।

କର୍ଣ୍ଣଧାର: ତାହା ଗ୍ରହକୁ ବିସ୍ଫୋଟ କରିଦେବ । ତାହା ଗ୍ରହକୁ ବିସ୍ଫୋଟ କରିଦେବ । (ହାସ୍ୟ)

ପ୍ରଭୁପାଦ: ହରେ କୃଷ୍ଣ । ଜଳକୁ ଅଗ୍ନି କିମ୍ଵା ବାୟୁ ଦ୍ଵାରା ନିଷ୍କ୍ରିୟ କରାଯାଇପାରିବ । ସମସ୍ତେ ଏହା ଜାଣିଛନ୍ତି । ତେଣୁ ତୁମେ ଏହା କର, ସ୍ଥଗିତି କରଣ । ତେଣୁ ଏହା ତୁମ ପାଇଁ ରହସ୍ୟବାଦୀ ଶକ୍ତି ଅଟେ । ତୁମେ ସମସ୍ତ ନିରର୍ଥକ କଥା କରିପାର, କିନ୍ତୁ ତୁମେ ଏହା ବିପକ୍ଷରେ କାର୍ଯ୍ୟ କରି ପାରିବ ନାହିଁ । ସେଥିପାଇଁ ଏହା ହେଉଛି ରହସ୍ୟବାଦୀ ଶକ୍ତି । ତେଣୁ ସେହିପରି, ଅନେକ ଜିନିଷ ଅଛି । ତାହା ହେଉଛି ଅଚିନ୍ତ୍ୟ-ଶକ୍ତି । ତୁମେ ଏହା ବିଷୟରେ ଭାବି ମଧ୍ୟ ପାରିବନି । ପ୍ରକୃତି ଦ୍ଵାରା, ତୂରନ୍ତ ସୂର୍ଯ୍ୟ ଉଦୟ ହୁଏ - କୌଣସି କୁହୁଡ଼ି ନାହିଁ । ସବୁ ସମାପ୍ତ ହୋଇଯାଏ । ସୂର୍ଯ୍ୟର ତାପମାତ୍ରାରେ ଅଳ୍ପ ବୃଦ୍ଧି, ସବୁ ସମାପ୍ତ ହୋଇଗଲା । ନିହାରମ୍ ଇବ ଭାସ୍କରଃ । ଏହି ଉଦାହରଣ ଭାଗବତରେ ଦିଆଯାଇଛି । ନିହାର, ଏହାକୁ ନିହାର କୁହାଯାଏ । ଯେପରି ଭାସ୍କର, ସୂର୍ଯ୍ୟ ଦ୍ଵାରା ନିହାର ତୂରନ୍ତ ଚାଲିଯାଏ, ସେହିପରି, ଆମେ ଯଦି ଆମର ନିଷ୍କ୍ରିୟ ଭକ୍ତିକୁ ଜାଗରଣ କରିପାରିବା, ତେବେ ସବୁ ସମାପ୍ତ ହୋଇଯିବ, ପାପ କର୍ମର ସମସ୍ତ ପ୍ରତିକ୍ରିୟା, ସମାପ୍ତ । ନୀହାରମ୍ ଇବ ଭାସ୍କରଃ । ତୁମେ କେବଳ ଉତ୍ପନ କର...ତୁମେ ଗଣନା କର ସୂର୍ଯ୍ୟ ହେଉଛି ଏହି ରାସାୟନର ସଂରଚନା, ସେହି ରାସାୟନର । କେବଳ ଏକ ସୂର୍ଯ୍ୟ ତିଆରି କର ଏବଂ ଏହାକୁ ଫିଙ୍ଗି ଦିଅ । କେବଳ ଅନୁମାନିତ ଭବିଷ୍ୟ, ମିଥ୍ୟା ଏବଂ ଶଦ୍ଦର ଜାଦୁ, ତାହା ଭଲ ନୁହେଁ ।

ସ୍ଵରୁପ ଦାମୋଦର: ତାହା ହେଉଛି ଅନୁସନ୍ଧାନର ଅର୍ଥ । ଅନୁସନ୍ଧାନର ଅର୍ଥ ହେଉଛି ଯାହା ପୂର୍ବରୁ ଜଣା ନାହିଁ ତାହା ବିଷୟରେ ଜାଣିବା ।

ପ୍ରଭୁପାଦ: ହଁ । ଅନୁସନ୍ଧାନର ଅର୍ଥ ହେଉଛି ତୁମେ ସ୍ଵୀକାର କରୁଛ ଯେ ତୁମେ ସମସ୍ତେ ହେଉଛ ମୁର୍ଖ ଏବଂ ଦୁର୍ଜନ । ଅନୁସନ୍ଧାନ କାହା ପଇଁ? କିଏ ଜାଣି ନାହିଁ । ଅନ୍ୟଥା ଅନୁସନ୍ଧାନର ପ୍ରଶ୍ନ କେଉଁଠାରେ ଅଛି? ତୁମେ ଜାଣି ନାହିଁ । ତାହା ସ୍ଵୀକାର କର । ତେଣୁ ଅନେକ ରହସ୍ୟବାଦୀ ଶକ୍ତିମାନ ଅଛନ୍ତି । ତୁମେ ଜାଣି ନାହଁ ଏହା କିପରି କରାଯାଏ । ସେଥିପାଇଁ ତମକୁ ଅଚିନ୍ତ୍ୟ ଶକ୍ତିକୁ ସ୍ଵୀକାର କରିବାକୁ ହେବ । ଏବଂ ଅଚିନ୍ତ୍ୟ ଶକ୍ତିର ଏହି ସିଦ୍ଧାନ୍ତକୁ ସ୍ଵୀକାର କରିବା ବିନା, ଭଗବାନଙ୍କର କୌଣସି ଅର୍ଥ ନାହିଁ । ସେପରି ନୁହେଁ ଯେ ବାଳ ଯୋଗୀ ପରି ଭଗବାନ ହୋଇଯିବ । ତେଣୁ ଏହା ହେଉଛି ମୁର୍ଖ ଏବଂ ଦୁର୍ଜନମାନଙ୍କ ପାଇଁ । କିନ୍ତୁ ଯେଉଁମାନେ ବୁଦ୍ଧିମାନ, ସେମାନେ ଅଚିନ୍ତ୍ୟ ଶକ୍ତିର ପରୀକ୍ଷା କରିବେ । ଯେପରି ଆମେ କୃଷ୍ଣଙ୍କୁ ଭଗବାନଙ୍କ ରୂପରେ ସ୍ଵୀକାର କରିଛୁ - ଅଚିନ୍ତ୍ୟ ଶକ୍ତି । ଆମେ ରାମଙ୍କୁ ସ୍ଵୀକାର କରିଛୁ - ଅଚିନ୍ତ୍ୟ ଶକ୍ତି । ଏତେ ଶସ୍ତା ଭାବରେ ନୁହେଁ । ଜଣେ ଦୁର୍ଜନ ଆସେ ଏବଂ କୁହେ, "ମୁଁ ହେଉଛି ଭଗବାନଙ୍କର ଅବତାର ।" ଅନ୍ୟ ଏକ ଦୁର୍ଜନ ସ୍ଵୀକାର କରେ । ଏହା ସେପରି ନୁହେଁ । "ରାମକୃଷ୍ଣ ହେଉଛନ୍ତି ଭଗବାନ ।" ଆମେ ସ୍ଵୀକାର କରୁନାହୁଁ । ଆମକୁ ଅଚିନ୍ତ୍ୟ ଶକ୍ତି ଦେଖିବାକୁ ପଡ଼ିବ । ଯେପରି କୃଷ୍ଣ, ପିଲା ରୂପରେ, ପର୍ବତ ଉଠେଇ ଦେଲେ । ଏହା ହେଉଛି ଅଚିନ୍ତ୍ୟ ରହସ୍ୟବାଦୀ ଶକ୍ତି । ରାମଚନ୍ଦ୍ର, ସେ ଖମ୍ଵ ବିହୀନ ପଥରର ସେତୁ ନିର୍ମାଣ କରିଥିଲେ । ପଥର ଭାସିବାକୁ ଲାଗିଲା: "ଚାଲ ।" ତାହା ହେଉଛି ଏକ ଅଚିନ୍ତ୍ୟ ଶକ୍ତି । ଏବଂ କାରଣ ତୁମେ ଏହି ଅଚିନ୍ତ୍ୟ ଶକ୍ତି ସହିତ ଖାପ ଖୁଆଇପାର ନାହିଁ, ଯେତେବେଳେ ସେଗୁଡ଼ିକ ବର୍ଣ୍ଣିତ ହୁଅନ୍ତି, ତୁମେ କୁହ, "ଓ, ଏହିସବୁ କାହାଣୀ ଅଟେ ।" ଏହାକୁ କ'ଣ କୁହାଯାଏ? ପୌରାଣିକ କଥା । କିନ୍ତୁ ଏହି ମହାନ ଋଷିମାନେ, ବାଲ୍ମୀକି ଏବଂ ବ୍ୟାସଦେବ ଏବଂ ଅନ୍ୟ ଆଚାର୍ଯ୍ୟମାନେ, ସେମାନେ କେବଳ ନିଜର ସମୟ ନଷ୍ଟ କରିଲେ ଏହି ପୁରାଣ ଲେଖିବାରେ? ଏପରି ବିଦ୍ଵାନମାନେ? ଏବଂ ସେମାନେ ବ୍ୟାଖ୍ୟା କରିନାହାଁନ୍ତି ଏହା ପୌରାଣିକ କଥା ଅଟେ । ସେମାନେ ଏହାକୁ ବାସ୍ତବିକ ତଥ୍ୟ ରୂପରେ ସ୍ଵୀକାର କରିଛନ୍ତି । ଜଙ୍ଗଲରେ ନିଆଁ ଲାଗିଯାଇଥିଲା । ସବୁ ସାଙ୍ଗମାନେ ଏବଂ ଗୋପାଳ ବାଳକମାନେ, ସେମାନେ ବ୍ୟାକୁଳ ହୋଇଯାଇଥିଲେ । ସେମାନେ କୃଷ୍ଣଙ୍କ ଆଡ଼କୁ ଦେଖିବାକୁ ଲାଗିଲେ: "କୃଷ୍ଣ, କ'ଣ କରିବୁ?" "ଠିକ୍ ଅଛି ।" ସେ କେବଳ ସଂପୁର୍ଣ୍ଣ ଅଗ୍ନି ଗିଳି ଦେଲେ । ଏହା ହେଉଛି ଅଚିନ୍ତ୍ୟ ରହସ୍ୟବାଦୀ ଶକ୍ତି । ସେ ହେଉଛନ୍ତି ଭଗବାନ । ଐଶ୍ଵର୍ଯ୍ୟସ୍ୟ ସମଗ୍ରସ୍ୟ ବୀର୍ଯସ୍ୟ ଯଶସଃ ଶ୍ରୀୟଃ (Vishnu Purana 06.05.47) । ଏହି ଛଅ ପ୍ରକାରର ଐଶ୍ଵର୍ଯ୍ୟ ପୂର୍ଣ୍ଣଭାବରେ । ସେ ହେଉଛନ୍ତ ଭଗବାନ । ଅଚିନ୍ତ୍ୟ ଶକ୍ତି କିମ୍ଵା ରହସ୍ୟବାଦୀ ଶକ୍ତି, ଆମ ପାଖରେ ମଧ୍ୟ ଅଛି । ଅତି କମ ମାତ୍ରାରେ । ତେଣୁ ଅନେକ କଥା ଆମ ଶରୀର ମଧ୍ୟରେ ଚାଲିଛି । ଆମେ ବର୍ଣ୍ଣନା କରିପାରିବା ନାହିଁ । ସେହି ଉଦାହରଣ । ମୋର ନଖ ସେହି ରୂପରେ ଆସୁଛି । ଯଦିଓ ଏହା ରୋଗ ଦ୍ଵାରା ନଷ୍ଟ ହୋଇଯାଇଥିଲା, ଏହା ପୁଣିଥରେ ଆସୁଛି । ମୁଁ ଜାଣି ନାହିଁ କେଉଁ ଯନ୍ତ୍ର ଚାଲିଛି, ଏବଂ ନଖ ଆସୁଛି, ଠିକ୍ ଉପଯୁକ୍ତ ରୂପରେ ଏବଂ ସବୁକିଛି । ତାହା ମୋ ଶରୀରରୁ ଆସୁଛି । ତେଣୁ ତାହା ହେଉଛି ରହସ୍ୟବାଦୀ ଶକ୍ତି । ଏପରିକି ଏହା ମୋ ପାଇଁ ଏବଂ ଚିକିତ୍ସକଙ୍କ ପାଇଁ ରହସ୍ୟବାଦୀ ଶକ୍ତି ଅଟେ, ସମସ୍ତଙ୍କ ପାଇଁ...ସେମାନେ ବର୍ଣ୍ଣନା କରିପାରିବେ ନାହିଁ ।