OR/Prabhupada 0459 - ପ୍ରହଲ୍ଲାଦ ମାହାରାଜ ହେଉଛନ୍ତି ମାହାଜନମାନଙ୍କ ମଧ୍ୟରୁ ଜଣେ, ଅଧିକୃତ ବ୍ୟକ୍ତି



Lecture on SB 7.9.7 -- Mayapur, February 27, 1977

ପ୍ରଦ୍ୟୁମ୍ନ: ଅନୁବାଦ - "ପ୍ରହଲ୍ଲାଦ ମାହାରାଜ ନୃସିଂହ ଦେବଙ୍କ ଉପରେ ନିଜର ମନ ଏବଂ ଦୃଷ୍ଟିକୁ ଏକାଗ୍ରତ କରିଲେ ପୁରା ଧ୍ୟାନ, ପୁରା ସମାଧିର ସହିତ । ଏକ ଦୃଢ଼ ମନରେ, ସେ ଧିର ସ୍ଵରରେ ପ୍ରେମର ସହିତ ପ୍ରାର୍ଥନା କରିବା ଆରମ୍ଭ କରିଲେ ।"

ପ୍ରଭୁପାଦ:

ଅସ୍ତୌଶିଦ ଧିରମ ଏକାଗ୍ର
ମନସା ସୁଶମାହିତଃ
ପ୍ରେମ-ଗଦଗଦୟା ବାଚା
ତନ-ନ୍ୟସ୍ତ ହୃଦୟେକ୍ଷଣଃ
(SB 7.9.7)

ତେବେ ଏହା ହେଉଛି ପ୍ରକ୍ରିୟା । ଏହି ପ୍ରକ୍ରିୟା ତୁମେ ତୁରନ୍ତ ଆଶା କରି ପାରିବ ନାହିଁ, କିନ୍ତୁ ଯଦି ତୁମେ ସାଧାରଣ ପ୍ରକ୍ରିୟାଗୁଡିକୁ ଅଭ୍ୟାସ କରିବ, ବହୁତ ସହଜରେ କରାଯାଇ ପାରିବ, ଯେପରି ଭଗବଦ୍ ଗୀତାରେ ଏହାର ସୁପାରିଶ୍ କରାଯାଇଛି, ମନ୍ମନା ଭବ ମଦଭକ୍ତୋ ମଦଯାଜୀ ମାଂ ନମସ୍କୁରୁ (BG 18.65) । ତୁମେ ତୁରନ୍ତ ପ୍ରହଲ୍ଲାଦଙ୍କର ସ୍ଥାନ ଲାଭ କରି ପାରିବ ନାହିଁ । ଏହା ସମ୍ଭବ ନୁହେଁ । ପ୍ରକ୍ରିୟା ହେଉଛି, ସର୍ବପ୍ରଥମେ, ସାଧନା-ଭକ୍ତି । ଏହି ପ୍ରହଲ୍ଲାଦ ମାହାରାଜଙ୍କର ସ୍ଥାନ ହେଉଛି ଭିନ୍ନ । ସେ ହେଉଛନ୍ତି ମାହା ଭାଗବତ । ଅନେକ ସ୍ଥାନରେ ଆମେ ପୂର୍ବରୁ ଦେଖିଛୁ ଯେ, ସେ ହେଉଛନ୍ତି ନିତ୍ୟ ସିଦ୍ଧ । ଦୁଇ ପ୍ରକାରର ଭକ୍ତ ଅଛନ୍ତି, ତିନି: ନିତ୍ୟ-ସିଦ୍ଧ, ସାଧନା-ସିଦ୍ଧ, କୃପା-ସିଦ୍ଧ । ଏହି କଥା ଗୁଡିକ ଭକ୍ତି ରସାମୃତ ସିନ୍ଧୁରେ ବର୍ଣ୍ଣନା କରାଯାଇଛି । ନିତ୍ୟ-ସିଦ୍ଧ ଅର୍ଥାତ୍ ସେମାନେ ଶାଶ୍ଵତ ଭାବରେ ପରମ ପୁରୁଷ ଭଗବାନଙ୍କ ସହିତ ଜଡିତ । ସେମାନଙ୍କୁ ନିତ୍ୟ-ସିଦ୍ଧ କୁହାଯାଏ । ଏବଂ ସାଧନା-ସିଦ୍ଧ ଅର୍ଥାତ୍ ଜଣେ ଏହି ଭୌତିକ ଦୁନିଆରେ ପଡି ଯାଇଛି, କିନ୍ତୁ ନିୟମ ଏବଂ ବିଦ୍ଧି ଅନୁସାରେ ଭକ୍ତି ସେବାର ଅଭ୍ୟାସ ଦ୍ଵାରା, ଶାସ୍ତ୍ରର ଆଦେଶ, ଗୁରୁଙ୍କର ଦିଶା, ଏହିପରି ଭାବରେ, ଜଣେ ନିତ୍ୟ ସିଦ୍ଧର ସ୍ଥାନରେ ମଧ୍ୟ ପହଁଚି ପାରିବ । ଏହା ହେଉଛି ସାଧନା ସିଦ୍ଧ । ଏବଂ ଆଉ ଗୋଟିଏ ଅଛି । ତାହା ହେଉଛି କୃପା ସିଦ୍ଧ । କୃପା ସିଦ୍ଧ ଅର୍ଥାତ୍... ଠିକ୍ ଯେପରି ନିତ୍ୟାନନ୍ଦ ପ୍ରଭୁ, ସେ ଚାହୁଁଥିଲେ ଯେ ଏହି ଜଗାଇ-ମାଧାଇ ମୁକ୍ତ ହୋଇ ଯାନ୍ତୁ । କୌଣସି ସାଧନା ନ ଥିଲା । ସେମାନେ କୌଣସି ନିୟମ ଏବଂ ବିଦ୍ଧିର ଅନୁସରଣ କରୁ ନ ଥିଲେ । ସେମାନେ ଚୋର ଏବଂ ବଦମାସ ଥିଲେ, ଅତି ପତୀତ ଅବସ୍ଥାରେ । କିନ୍ତୁ ନିତ୍ୟାନନ୍ଦ ପ୍ରଭୁ ଏକ ଉଦାହରଣ ଦେଖାଇବାକୁ ଚାହୁଁ ଥିଲେ, ଯେ "ମୁଁ ଏହି ଦୁଇ ଭାଇଙ୍କୁ ଉଦ୍ଧାର କରିବି । କିଛି କଥା ନାହିଁ ସେମାନେ ଏତେ ପତୀତ ହେଲେ ମଧ୍ୟ ।" ତାକୁ କୃପା-ସିଦ୍ଧ କୁହାଯାଏ । ତେଣୁ ଆମେ ସର୍ବଦା ମନେ ରଖିବା ଉଚିତ୍ ତିନୋଟି ବର୍ଗ ଅଛି: ନିତ୍ୟ-ସିଦ୍ଧ, ସାଧନା-ସିଦ୍ଧ ଏବଂ କୃପା-ସିଦ୍ଧ । କିନ୍ତୁ ଯେତେବେଳେ ସେ ସିଦ୍ଧ ହୋଇଯାନ୍ତି, ପୂର୍ଣ୍ଣ, କୌଣସି ପ୍ରକ୍ରିୟା ଦ୍ଵାରା, ସେମାନେ ସମାନ ସ୍ତରରେ ଅଛନ୍ତି । କୌଣସି ଅନ୍ତର ନାହିଁ ।

ତେବେ ପ୍ରହଲ୍ଲଦ ମାହାରାଜଙ୍କର ସ୍ଥିତି ନିତ୍ୟ-ସିଦ୍ଧ ଅଟେ । ଗୌରାଙ୍ଗେର ସଂଗି ଗଣେ ନିତ୍ୟ-ସିଦ୍ଧ ବୋଲି ମାନେ । ଚୈତନ୍ୟ ମାହାପ୍ରଭୁ ଯେତେବେଳେ ସେ ଆସିଲେ... କେବଳ ସେ ନୁହଁନ୍ତି, କିନ୍ତୁ ଅନ୍ୟମାନେ ମଧ୍ୟ । ଠିକ୍ ଯେପରି କୃଷ୍ଣଙ୍କ ସହିତ ଅନେକ ଭକ୍ତମାନେ, ସେମାନେ ଆସିଲେ, ଯେପରି ଅର୍ଜୁନ । ଅର୍ଜୁନ ହେଉଛନ୍ତି ନିତ୍ୟ-ସିଦ୍ଧ । ନିତ୍ୟ-ସିଦ୍ଧ ମିତ୍ର । ଯେତେବେଳେ କୃଷ୍ଣ କହିଲେ ଯେ "ମୁ଼ଁ ଏହି ଭଗବଦ୍ ଗୀତାର ତତ୍ତ୍ଵଜ୍ଞାନ ସୂର୍ଯ୍ୟ ଦେବଙ୍କୁ କହିଛି," ଇମଂ ବିବସ୍ଵତେ ଯୋଗଂ ପ୍ରୋକ୍ତ ବାନହମବ୍ୟୟମ୍ (BG 4.1), ଅନେକ ଲକ୍ଷ ବର୍ଷ ପୂର୍ବରୁ । କଥାକୁ ସ୍ପଷ୍ଟକରିବା ପାଇଁ ଅର୍ଜୁନ ପଚାରିଲେ ଯେ "କୃଷ୍ଣ ତୁମେ ମୋ ବୟସର ଅଟ । କିପରି ମୁଁ ଏହା ବିଶ୍ଵାସ କରିବେ ଯେ ଆପଣ ଅନେକ ଲକ୍ଷ ବର୍ଷ ପୂର୍ବେ ଏହି ତତ୍ତ୍ଵଜ୍ଞାନ କହିଛନ୍ତି?" ତେବେ କୃଷ୍ଣ କ'ଣ ଉତ୍ତର ଦେଲେ, ତୁମେ ଜାଣିଛ, ଯେ "ମୋର ପ୍ରିୟ ଅର୍ଜୁନ, ଉଦ୍ଭୟ ତୁମେ ଏବଂ ମୁଁ, ଆମେ ଅନେକ, ଅନେକ ଥର ଅବତୀର୍ଣ୍ଣ ହୋଇଛୁ । ଅନ୍ତର ହେଉଛି ଯେ ତୁମେ ଭୁଲି ଯାଇଛ । ଅର୍ଥାତ୍ ତୁମେ ମଧ୍ୟ ସେହି ସମୟରେ ଉପସ୍ଥିତ ଥିଲ, କାରଣ ତୁମେ ହେଉଛ ମୋର ନିତ୍ୟ-ସିଦ୍ଧ ମିତ୍ର । ଯେତେବେଳେ ମୁଁ ପ୍ରକଟ ହୁଏ, ତୁମେ ମଧ୍ୟ ପ୍ରକଟ ହୁଅ । କିନ୍ତୁ ତୁମେ ଭୁଲି ଯାଇଛ, ମୁଁ ଭୁଲି ନାହିଁ ।" ତାହା ହେଉଛି ଅନ୍ତର ଜୀବ ଏବଂ (ଅସ୍ପଷ୍ଟ) ମଧ୍ୟରେ, କିମ୍ଵା ଭଗବାନ, ଯେ ଆମେ ହେଉଛୁ ଛୋଟ ଅଂଶ ଏବଂ କଣ ପରମ ଭଗବାନଙ୍କର; ସେଥିପାଇଁ ଆମେ ଭୁଲି ଯାଇ ପାରୁ । କିନ୍ତୁ କୃଷ୍ଣ ଭୁଲନ୍ତି ନାହିଁ । ତାହା ହେଉଛି ଅନ୍ତର । ତେବେ ନିତ୍ୟ-ସିଦ୍ଧ । ପ୍ରହଲ୍ଲାଦ ମାହାରାଜଙ୍କୁ ନିତ୍ୟ-ସିଦ୍ଧ ରୂପେ ବୁଝିବା ଉଚିତ୍, ମାହା-ଭାଗବତ, ନିତ୍ୟ-ସିଦ୍ଧ । ସେମାନେ କୃଷ୍ଣଙ୍କର ଲୀଳା ପୂର୍ଣ୍ଣ କରିବା ପାଇଁ ଆସନ୍ତି ।

ତେଣୁ ଆମେ ପ୍ରହଲ୍ଲାଦ ମାହାରାଜଙ୍କର ନକଲ କରିବା ଉଚିତ୍ ନୁହେଁ । ତାହା ଭଲ ନୁହେଁ । ମାହାଜନୋ ଯେନ ଗତଃ ସ ପଂଥାଃ, ଗତକାଲି ମୁଁ ପୂର୍ବରୁ ହିଁ ବର୍ଣ୍ଣନା କରି ଦେଇ ଥିଲି । ପ୍ରହଲ୍ଲାଦ ମାହାରାଜ ହେଉଛନ୍ତି ମାହାଜନମାନଙ୍କ ମଧ୍ୟରୁ ଜଣେ, ଅଧିକୃତ ବ୍ୟକ୍ତି, ଅଧିକୃତ ଭକ୍ତ । ଆମେ ତାଙ୍କୁ ଅନୁସରଣ କରିବା ପାଇଁ ଅଭ୍ୟାସ କରିବା ଉଚିତ୍ । ମାହାଜନୋ ଯେନ ଗତଃ ସ ପଂଥାଃ । ତେବେ ଶୃତୟୋ ବିଭିନ୍ନଃ ।

ତର୍କୋ ଅପ୍ରତିଷ୍ଠିତଃ ଶୃତୟୋ ବିଭିନ୍ନା
ନାସୌ ମୁନିର ୟସ୍ୟ ମତମ ନ ଭିନ୍ନମ
ଧର୍ମସ୍ୟ ତତ୍ଵମ ନିହିତମ ଗୁହାୟାମ
ମହାଜନୋ ୟେନ ଗତଃ ସ ପଂଥାଃ
(CC Madhya 17.186)

ତୁମେ ଯୁକ୍ତି ଏବଂ ତର୍କ ଦ୍ଵାରା ଭଗବାନଙ୍କୁ ବୁଝି ପାରିବ ନାହିଁ । ଏହା କଦାପି ହୋଇ ପାରିବ ନାହିଁ । ଏତେ ସାରା ମାୟାବାଦୀମାନେ ଅଛନ୍ତି, ସେମାନେ ସର୍ବଦା କହି ଚାଲିଛନ୍ତି: "ଭଗବାନ କ'ଣ?" ନେତି ନେତି: "ଏହା ନୁହେଁ, ଏହା ନୁହେଁ, ଏହା ନୁହେଁ । ବ୍ରହ୍ମ କ'ଣ?" ତେବେ ସେହି ପ୍ରକ୍ରିୟା ଦ୍ଵାରା ତୁମେ କଦାପି ଭଗବାନ କ'ଣ ବୁଝିବା ପାଇଁ ସକ୍ଷମ ହୋଇ ପାରିବ ନାହିଁ । ଜ୍ଞାନେ ପ୍ରୟାସେ ଉଦପାସ୍ୟ ନମନ୍ତ ଏବ । ଚୈତନ୍ୟ ମାହାପ୍ରଭୁ ଏହି ସୂତ୍ରକୁ ସ୍ଵୀକାର କରିଛନ୍ତି । ଜ୍ଞାନ ଦ୍ଵାରା, ତୁମର ବହୁ ଶୃତ ପାଣ୍ଡିତ୍ୟ ଦ୍ଵାରା, ଯଦି ତୁମେ ବୁଝିବାକୁ ଚାହୁଁଛ - ତୁମେ ବହୁତ ଉଚ୍ଚ ମାନର ବିଦ୍ଵାନ ହୋଇ ପାର - କିନ୍ତୁ ଭଗବାନଙ୍କୁ ବୁଝିବା ପାଇଁ ତାହା ତୁମର ଯୋଗ୍ୟତା ନୁହଁ । ତାହା ଯୋଗ୍ୟତା ନୁହେଁ । ତୁମକୁ ତୁମର ଅଭିମାନ ତ୍ୟାଗ କରିବାକୁ ହେବ ଯେ "ମୁଁ ଧନୀ", "ମୁଁ ବହୁତ ବିଦ୍ଵାନ", "ମୁଁ ବହୁତ ସୁନ୍ଦର," "ମୁଁ ବହୁତ...," ଏହିପରି, ଏହିପରି । ସେମାନେ ହେଉଛନ୍ତି ଜନ୍ମେଶ୍ଵର୍ଯ୍ୟ ଶୃତ ଶ୍ରୀ (SB 1.8.26) । ଏଗୁଡିକ ଯୋଗ୍ୟତା ନୁହେଁ । କୁନ୍ତି ଦେବୀ କହିଛନ୍ତି, ଅକିଚନ ଗୋଚର: "କୃଷ୍ଣ, ତୁମେ ହେଉଛ ଅକିଞ୍ଚନ ଗୋଚର ।" ଅକିଞ୍ଚନ । କିଞ୍ଚନ ଅର୍ଥାତ୍ ଯଦି ଜଣେ ଭାବେ ଯେ "ମୋ ପାଖରେ ଏହା ଅଛି; ସେଥିପାଇଁ ମୁଁ କୃଷ୍ଣଙ୍କୁ କିଣି ପାରିବି," ଓ, ନା, ତାହା ନୁହେଁ । ତାହା ସମ୍ଭବ ନୁହେଁ । ତୁମକୁ ଶୂନ୍ୟ ହେବାକୁ ପଡିବ, ଅକିଞ୍ଚନ ଗୋଚରଃ ।