OR/Prabhupada 0460 - ପ୍ରହଲ୍ଲାଦ ମାହାରାଜ ସାଧାରଣ ଭକ୍ତ ନୁହଁନ୍ତି । ପ୍ରହଲ୍ଲାଦ ମାହାରାଜ ନିତ୍ୟ ସିଦ୍ଧ ଅଟନ୍ତି



Lecture on SB 7.9.7 -- Mayapur, February 27, 1977

ତେବେ ପ୍ରହଲ୍ଲାଦ ମାହାରାଜ... ତାଙ୍କ ପିତାଙ୍କ ସହିତ କିଛି ମତଭେଦ ଥିଲା, କିନ୍ତୁ ସେ ସାଧାରଣ ବ୍ୟକ୍ତି ନ ଥିଲେ । ତାଙ୍କର ପିତା ହୁୈତ...ସେ ହେଉଛନ୍ତି ବହୁତ ବଡ ବ୍ୟକ୍ତି, ତୁମେ ଦେଖୁଛ । ସେ ସମଗ୍ର ବିଶ୍ଵକୁ ଜୟ କରିଥିଲେ । ତେଣୁ ସେ ଏକ ଗରିବ ଲୋକର ପୁତ୍ର ନ ଥିଲେ । ସେ ବହୁତ ଧନୀ ବ୍ୟକ୍ତିର ପୁତ୍ର ଥିଲେ, ପ୍ରହଲ୍ଲାଦ ମହାରାଜ । ସେ ତାଙ୍କ ପିତାଙ୍କ ଦ୍ଵରା ପର୍ଯ୍ୟପ୍ତ ଶିକ୍ଷା ପ୍ରାପ୍ତ କରିଥିଲେ । ଅବଶ୍ୟ, ପାଞ୍ଚ ବର୍ଷ ମଧ୍ୟରେ । ତେଣୁ ଜନ୍ମୈଶ୍ଵର୍ୟ - ଶୃତ - ଶ୍ରୀ । ସବୁକିଛି ଥିଲା, କିନ୍ତୁ ପ୍ରହଲ୍ଲାଦ ମାହାରାଜ ତାଙ୍କର ଭୌତିକ ପରିସ୍ଥିତି ଉପରେ ନିର୍ଭରଶୀଳ ନ ଥିଲେ । ସେ ତାଙ୍କର ପରମ ଉଲ୍ଲାସିତ ଭକ୍ତିଯୁକ୍ତ ସେବାର ଆନନ୍ଦ ଉପରେ ନିର୍ଭରଶୀଳ ଥିଲେ । ତାହା ଆବଶ୍ୟକ । ତେବେ ସେହି ସ୍ଥିତିରେ ଆମେ ତୁରନ୍ତ ପହଞ୍ଚି ପାରିବା ନାହିଁ । ସେ ହେଉଛନ୍ତି ନିତ୍ୟ ସିଦ୍ଧ । ଯେପରି ମୁଁ ତୁମକୁ ବୁଝେଇବାକୁ ଯାଉଛି ଯେ, ଯେତେବେଳେ କୃଷ୍ଣ ଅବତରିତ ହୁଅଁନ୍ତି, ତାଙ୍କର ନିତ୍ୟ ସିଦ୍ଧ ଭକ୍ତମାନେ, ସାଥିମାନେ, ସେମାନେ ମଧ୍ୟ ଆସନ୍ତି । ତେଣୁ ଗୌରାଙ୍ଗେର ସଙ୍ଗି-ଗଣେ, ନିତ୍ୟ-ସିଦ୍ଧ ବୋଲି ମାନେ, ତାର ହୟ ବ୍ରଜଭୂମି ବାସ, ସେହିପରି, ନରୋତ୍ତମ ଦାସ ଠାକୁର... ଠିକ୍ ଯେପରି, ଶ୍ରୀ କୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ଵୈତ ଗଦାଧର ଶ୍ରୀଵାସାଦି ଗୌର ଭକ୍ତ ବୃନ୍ଦ । ତେବେ ଚୈତନ୍ୟ ମାହାପ୍ରଭୁଙ୍କର ଏହି ସାଥିମାନେ, ସେମାନେ ହେଉଛନ୍ତି ନିତ୍ୟ-ସିଦ୍ଧ । ତୁମେ ସେମାନଙ୍କ ମଧ୍ୟରୁ ଜଣକୁ ମଧ୍ୟ ପରିବର୍ଜନ କରି ପାରିବ ନାହିଁ, ଏବଂ ତୁମେ କଳ୍ପନା କରିବ, ଯେ "ମୁଁ କେବଳ ପୂଜା କରିବି..."(ବିରାମ)

କୃଷ୍ଣ ଅବତରଣ କରିଛନ୍ତି - ପଞ୍ଚତତ୍ତ୍ଵ । କୃଷ୍ଣ ହେଉଛନ୍ତି ଈଶ, ଏବଂ ନିତ୍ୟାନନ୍ଦ ପ୍ରଭୁ, ସେ ହେଉଛନ୍ତି ପ୍ରକାଶ, ଭଗବାନଙ୍କର ପ୍ରଥମ ବିସ୍ତାରିତ ରୂପ । ଭଗବାନଙ୍କର ଅନେକ ବିସ୍ତାରିତ ରୂପ ଅଛି । ଅଦ୍ଵୈତ ଅଚ୍ୟୁତ ଅନାଦି ଅନନ୍ତ - ରୁପଂ ଅଦ୍ୟଂ ପୂରାଣ - ପୁରୁଷଂ (Bs. 5.33) । ତାଙ୍କର ହଜାର ହଜାର ବିସ୍ତାରିତ ରୂପ ଅଛି । ତେବେ ପ୍ରଥମ ବିସ୍ତାରିତ ରୂପ ହେଉଛନ୍ତି ବଳଦେବ - ତତ୍ତ୍ଵ, ନିତ୍ୟାନନ୍ଦ; ଏବଂ ତାଙ୍କର ଅବତାର ହେଉଛନ୍ତି, ଅଦ୍ଵୈତ; ଏବଂ ତାଙ୍କର ଆଧ୍ୟାତ୍ମିକ ଶକ୍ତି ହେଉଛନ୍ତି ଗଦାଧର; ଏବଂ ତାଙ୍କର ତଟସ୍ଥ ଶକ୍ତି ହେଉଛନ୍ତି ଶ୍ରୀବାସ । ତେବେ ଚୈତନ୍ୟ ମାହାପ୍ରଭୁ ଅବତରିତ ହୋଇଥିଲେ ପଞ୍ଚତତ୍ତ୍ଵ ସହିତ...,ପଞ୍ଚତ୍ତ୍ଵାତ୍ମକାଂ । ତୁମେ କିଛି ଅବହେଳା କରି ପାରିବ ନାହିଁ । ଯଦି ତୁମେ ଭାବିବ ଯେ "ମୁଁ କେବଳ ପୂଜା କରିବି...," ଓ, ତାହା ଏକ ବଡ ଅପରାଧ ଅଟେ, "...ଚୈତନ୍ୟ ମାହାପ୍ରଭୁ କିମ୍ଵା କେବଳ ଚୈତନ୍ୟ - ନିତ୍ୟନନ୍ଦ" ନା । ତୁମେ ପଞ୍ଚତତ୍ତ୍ଵଙ୍କ, ପଞ୍ଚତତ୍ତ୍ଵାତ୍ମକାଂ କୃଷ୍ଣାଂଙ୍କୁ, ପୂର୍ଣ୍ଣ ରୂପରେ ପୂଜା କରିବା ଉଚିତ୍ । ସେହିପରି, ହରେ କୃଷ୍ଣ ମାହା ମନ୍ତ୍ର, ଷୋହଳଟି ନାମ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ (ଭକ୍ତମାନେ ଜପ କରୁଛନ୍ତି) ହରେ ରାମ ହରେ ରାମ ରାମ ରାମ ହରେ ହରେ । ତେବେ ତୁମେ ମିଶ୍ରଣ କରି ପାରିବ ନାହିଁ । ତୁମକୁ ଶାସ୍ତ୍ର ଅନୁସାରେ କରିବାକୁ ହେବ । ମାହଜନୋ ୟେନା ଗତଃ ସା ପାନ୍ଥାଃ (CC Madhya 17.186) । ଯଦି ତୁମେ ଶାସ୍ତ୍ରରୁ ପଥଚ୍ୟୁତ ହେବ, ତେବେ ତୁମେ କଦାପି ସଫଳ ହୋଇ ପାରିବ ନାହିଁ ।

ଯଃ ଶାସ୍ତ୍ରବିଧିମ୍ ଉତ୍ସୃଜ୍ୟ
ବର୍ତତେ କାମକାରତଃ
ନ ସ ସିଦ୍ଧିମବାପ୍ନୋତି
ନ ସୁଖଂ ନ ପରାଂ ଗତିମ୍
(BG 16.23)

ତେବେ ତୁମେ ଯଦି ପ୍ରହଲ୍ଲାଦ ମାହାରାଜଙ୍କ ପରି ସମାନ ସ୍ତରକୁ ପହଞ୍ଚିବାକୁ ଚାହୁଁଛ, ଆମେ ତୁରନ୍ତ ତାଙ୍କର ନକଲ କରି ପାରିବା ନାହିଁ । ଆମେ ସାଧନା - ଭକ୍ତିର ଅନୁସରଣ କରିବା ଉଚିତ୍, ସାଧନା - ଭକ୍ତି ସାଧାରଣରେ; ଏବଂ କୃପା - ସିଦ୍ଧ, ତାହା ହେଉଛି ବିଶେଷ । ତହାକୁ ଆମେ ଗଣନା କରି ପାରିବା ନାହିଁ । ଯଦି କୃଷ୍ଣ ଚାହାଁନ୍ତି, ସେ ଜଣକୁ ତୁରନ୍ତ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ କରି ପାରିବେ । ତାହା ହେଉଛି କୃପା - ସିଦ୍ଧ । ତେବେ ଭକ୍ତମାନଙ୍କର ତିନୋଟି ଶ୍ରେଣୀ ଅଛି: ନିତ୍ୟ - ସିଦ୍ଧ ଏବଂ ସାଧନା - ସିଦ୍ଧ ଏବଂ କୃପା - ସିଦ୍ଧ । ପ୍ରହଲ୍ଲାଦ ମାହାରାଜ ନିତ୍ୟ ସିଦ୍ଧ ଅଟନ୍ତି । ସେ ସାଧାରଣ ସାଧନା - ସିଦ୍ଧ ନୁହଁନ୍ତି କିମ୍ଵା... ଅବଶ୍ୟ, କୌଣସ ଅନ୍ତର ନାହିଁ, ସାଧନା - ସିଦ୍ଧ କିମ୍ଵା କୃପା - ସିଦ୍ଧ କିମ୍ଵା ନିତ୍ୟ - ସିଦ୍ଧ ମଧ୍ୟରେ, କିନ୍ତୁ ଆମେ ସର୍ବଦା ମନେ ରଖିବା ଉଚିତ୍ ଯେ ପ୍ରହଲ୍ଲାଦ ମାହାରାଜ ସାଧାରଣ ଭକ୍ତ ନୁହଁନ୍ତି, ସେ ହେଉଛନ୍ତି ନିତ୍ୟ - ସିଦ୍ଧ । ସେଥିପାଇଁ ତାଙ୍କ ମଧ୍ୟରେ ତୁରନ୍ତ ଦିବ୍ୟ ଲକ୍ଷଣ ବିକସିତ ହୋଇଥିଲା, ଅଷ୍ଟ - ସିଦ୍ଧ । ଅଷ୍ଟ - ସିଦ୍ଧ, ତୁମେ ଭକ୍ତି ରସା ମୃତ ସିନ୍ଧୁରେ ପଢି ଥିବ । ତେବେ ପରମାନନ୍ଦ, ଏକାଗ୍ର-ମନସା । ଏକାଗ୍ର-ମନସା, "ପୂର୍ଣ୍ଣ ଧ୍ୟାନର ସହିତ ।" ଆମକୁ ପୁର୍ଣ୍ଣ ଧ୍ୟାନ ଆଣିବା ପାଇଁ ଶତ ହଜାର ବର୍ଷ ଲାଗିପାରେ, ପୂର୍ଣ୍ଣ ଧ୍ୟାନ । କିନ୍ତୁ ପ୍ରହଲ୍ଲାଦ ମାହାରାଜ - ତୁରନ୍ତ । ତୁରନ୍ତ, ପାଞ୍ଚ ବର୍ଷ ବୟସର ବାଳକ, କାରଣ ସେ ହେଉଛନ୍ତି ନିତ୍ୟ - ସିଦ୍ଧ । ସର୍ବଦା ଆମେ ମନେ ରଖିବା ଉଚିତ୍ ଯେ ଆମେ ନକଲ କରି ପାରିବା ନାହିଁ । "ବର୍ତ୍ତମାନ, ପ୍ରହଲ୍ଲାଦ ମାହାରାଜ ତୁରନ୍ତ ଏକାଗ୍ର - ମନସା ହୋଇ ପାରିଥିଲେ, ଏବଂ ମୁଁ ମଧ୍ୟ ହୋଇ ଯିବି ।" ନା । ତାହା ସମ୍ଭବ ନୁହେଁ । ସମ୍ଭବ ହୋଇ ପାରେ, କିନ୍ତୁ ତାହା ଏପରି ଭାବରେ ହୋଇ ପାରିବ ନାହିଁ ।