OR/Prabhupada 0509 - ଏହି ଲୋକମାନେ କୁହନ୍ତି ପଶୁମାନଙ୍କର ଆତ୍ମା ନାହିଁ
Lecture on BG 2.18 -- London, August 24, 1973
ପ୍ରଭୁପାଦ: ବିନା ପଶୁଘ୍ନାତ (ଭା. ୧୦.୧.୪) । ଏହା ରାଜାଙ୍କର ବିବୃତ୍ତି... ଏହା କଣ?
ଭକ୍ତ: ଯୁଧିଷ୍ଠିର ।
ପ୍ରଭୁପାଦ: ଯୁଧିଷ୍ଠିର ନୁହେଁ ।
ଭକ୍ତ: ପରୀକ୍ଷିତ, ପରୀକ୍ଷିତ ମହାରାଜ ।
ପ୍ରଭୁପାଦ: ପରୀକ୍ଷିତ ମହାରାଜ । ସେ କହିଥିଲେ ଯେ ଭଗବାନ ଚେତନା, କୃଷ୍ଣ ଚେତନା, ପଶୁ ହତ୍ୟାକାରୀ ଦ୍ୱାରା ବୁଝିହେବ ନାହିଁ । ବିନା ପଶୁଘ୍ନାତ (ଭା. ୧୦.୧.୪) । ନିବୃତ୍ତ-ତର୍ଷୈ ଉପଗିୟମାନାତ । ଯେଉଁମାନେ ପଶୁ ହତ୍ୟାକାରୀ, ଆପଣ ସେମାନଙ୍କୁ ପାଇବେ, ତଥାକଥିତ ଖ୍ରୀଷ୍ଟିଆନ ଏବଂ ମହମ୍ମଦମାନେ, ସେମାନେ ବୁଝିପାରିବେ ନାହିଁ । ସେମାନେ କେବଳ ଧର୍ମାନ୍ଧ ଅଟନ୍ତି । ଆତ୍ମା କ'ଣ, ଭଗବାନ କ'ଣ ବୁଝିପାରିବେ ନାହିଁ । ସେମାନେ କିଛି ତତ୍ତ୍ୱ ପାଇଛନ୍ତି ଏବଂ ସେମାନେ ଭାବୁଛନ୍ତି ଯେ ଆମେ ଧର୍ମବାଦୀ । ପାପ କ'ଣ, ଧାର୍ମିକ କାର୍ଯ୍ୟ କ'ଣ, ଏହି ଜିନିଷଗୁଡ଼ିକ ସେମାନଙ୍କ ଦ୍ୱାରା ବୁଝାଯାଏ ନାହିଁ କାରଣ ସେମାନେ ପଶୁ ହତ୍ୟାକାରୀ । ଏହା ସମ୍ଭବ ନୁହେଁ । ତେଣୁ ଭଗବାନ ବୁଦ୍ଧ ପ୍ରଚାର କରିଥିଲେ। ଅହିଂସା । କାରଣ ସେ ଦେଖିଲେ ଏହି ପଶୁ ହତ୍ୟା ଦ୍ୱାରା ସମଗ୍ର ମାନବ ଜାତି ନର୍କକୁ ଯାଉଛନ୍ତି । "ମୁଁ ସେମାନଙ୍କୁ ଅଟକାୟେ, ଯାହାଫଳରେ ସେମାନେ ଭବିଷ୍ୟତରେ ସୌମ୍ୟ ହୋଇପାରନ୍ତି।" ସଦୟ-ହୃଦୟ ଦର୍ଶିତ: ଦୁଇ ପାର୍ଶ୍ୱ । ସର୍ବପ୍ରଥମେ ସେ ଅତ୍ୟନ୍ତ ଦୟାଳୁ ଥିଲେ, ଅସହାୟ ପଶୁମାନଙ୍କୁ, ସେମାନଙ୍କୁ ହତ୍ୟା କରାଯାଉଛି । ଆଉ ଏକ ପାର୍ଶ୍ୱ, ସେ ଦେଖିଲେ "ସମଗ୍ର ମାନବ ଜାତି ନର୍କକୁ ଯାଉଛି । ତେଣୁ ମୋତେ କିଛି କରିବାକୁ ହେବ । " ତେଣୁ ତାଙ୍କୁ ଆତ୍ମାର ଅସ୍ତିତ୍ୱକୁ ଅସ୍ୱୀକାର କରିବାକୁ ପଡିଲା, କାରଣ ସେମାନଙ୍କର ମସ୍ତିଷ୍କ ଏପରି ଜିନିଷକୁ ବରଦାସ୍ତ କରିବ ନାହିଁ । ତେଣୁ ସେ ଆତ୍ମା କିମ୍ବା ଭଗବାନଙ୍କ ବିଷୟରେ କିଛି କହି ନାହାଁନ୍ତି। ସେ କହିଥିଲେ ଯେ "ତୁମେ ପଶୁ ହତ୍ୟା ବନ୍ଦ କର"। ଯଦି ମୁଁ ତୁମକୁ ଚିମୁଟେ, ତୁମେ ଯନ୍ତ୍ରଣା ଅନୁଭବ କର । ତେବେ ତୁମେ ଅନ୍ୟମାନଙ୍କୁ କାହିଁକି ଯନ୍ତ୍ରଣା ଦେବ? ତାଙ୍କର କୌଣସି ଆତ୍ମା ନାହିଁ ବୋଲି କେବେ ଚିନ୍ତା କର ନାହିଁ; ହଉ ଠିକ ଅଛି। ସେ ଆତ୍ମା ବିଷୟରେ କିଛି କହି ନ ଥିଲେ। ତେଣୁ ଏହି ଲୋକମାନେ କୁହନ୍ତି ପଶୁମାନଙ୍କର ଆତ୍ମା ନାହିଁ । କିନ୍ତୁ ତାହା ଠିକ ଅଛି, କିନ୍ତୁ ଯେତେବେଳେ ଆପଣ ପଶୁକୁ ହତ୍ୟା କରୁଛନ୍ତି ସେତେବେଳେ ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ତେଣୁ ତୁମେ ମଧ୍ୟ ଯନ୍ତ୍ରଣା ଅନୁଭବ କର । ତେବେ ତୁମେ ଅନ୍ୟମାନଙ୍କୁ କାହିଁକି ଯନ୍ତ୍ରଣା ଦେବ? ତାହା ହେଉଛି ଭଗବାନ ବୁଦ୍ଧଙ୍କ ସିଦ୍ଧାନ୍ତ । ସଦୟ-ହୃଦୟ ଦର୍ଶିତ-ପଶୁ-ଘାତମ୍ । ନିନ୍ଦସି ୟଜ୍ଞ-ବିଧେର ଅହଃ ଶୃତି-ଜାତଂ । ସେ ଏହାକୁ ଅସ୍ୱୀକାର କରିଛନ୍ତି: "ମୁଁ ବେଦ ଗ୍ରହଣ କରେ ନାହିଁ "। କାରଣ ବେଦରେ ବେଳେବେଳେ ସୁପାରିଶ ଥାଏ, ହତ୍ୟା ପାଇଁ ନୁହେଁ, ବରଂ ଏକ ପଶୁକୁ ନବୀକରଣ ପାଇଁ । କିନ୍ତୁ ସେହି ଅର୍ଥରେ ହତ୍ୟା, ବଳିଦାନ ପାଇଁ ଅଛି । କିନ୍ତୁ ଭଗବାନ ବୁଦ୍ଧ ବଳିଦାନରେ ପଶୁ ହତ୍ୟାକୁ ମଧ୍ୟ ଗ୍ରହଣ କରିନଥିଲେ। ତେଣୁ, ନିନ୍ଦସି । ନିନ୍ଦସି ଅର୍ଥାତ୍ ସେ ସମାଲୋଚନା କରୁଥିଲେ। ନିନ୍ଦସି ୟଜ୍ଞ-ବିଧେର ଅହଃ ଶୃତି-ଜାତଂ ସଦୟ-ହୃଦୟ ଦର୍ଶିତ। କାହିଁକି? ସେ ଏତେ ଦୟାଳୁ ଥିଲେ। ତାହା ହେଉଛି କୃଷ୍ଣ ଚେତନା । ଭଗବାନ ବହୁତ ଦୟାଳୁ, ଅତି ଦୟାଳୁ । ସେ ପସନ୍ଦ କରନ୍ତି ନାହିଁ । କିନ୍ତୁ ଯେତେବେଳେ ଆବଶ୍ୟକତା ଥାଏ, ସେ ହତ୍ୟା କରିପାରନ୍ତି । କିନ୍ତୁ ତାଙ୍କର ହତ୍ୟା ଏବଂ ଆମର ହତ୍ୟା ଅଲଗା ଅଟେ । ସେ ସବୁ ଭଲ। ଯେକୌଣସି ବ୍ୟକ୍ତି କୃଷ୍ଣଙ୍କ ଦ୍ୱାରା ମୃତ ହୋଇଥିଲେ, ସେ ତୁରନ୍ତ ପରିତ୍ରାଣ ପାଆନ୍ତି । ତେଣୁ ଏହି ଜିନିଷଗୁଡ଼ିକ ସେଠାରେ ଅଛି ।
ତେଣୁ, ଅପରିମେୟ । ଆତ୍ମା କ'ଣ ତୁମେ ମାପ କରିପାରିବ ନାହିଁ, କିନ୍ତୁ ଆତ୍ମା ରହିଥାଏ, ଏବଂ ଶରୀର ନଷ୍ଟ ହୋଇଯାଏ । "ଯଦି ତୁମେ, ଯଦିଓ ତୁମେ ଯୁଦ୍ଧ କରୁନାହଁ, ତୁମେ ତୁମର ଜେଜେବାପା ଏବଂ ଶିକ୍ଷକ ଏବଂ ଅନ୍ୟମାନଙ୍କ ଶରୀରକୁ ବଞ୍ଚାଇବ, ଯେହେତୁ ତୁମେ ଏତେ ମାତ୍ରାରେ ବ୍ୟାକୁଳ ହେଉଛ, କିନ୍ତୁ ତାହା ନଷ୍ଟ ହୋଇଯିବ । ଅନ୍ତବନ୍ତ ଅର୍ଥ ଆଜି କିମ୍ବା କାଲି । ଧରାଯାଉ ତୁମ ଜେଜେବାପା ବୃଦ୍ଧ ହୋଇସାରିଛନ୍ତି । ତେଣୁ ତୁମେ ତାଙ୍କୁ ବର୍ତ୍ତମାନ ହତ୍ୟା କର ନାହିଁ କିମ୍ବା କୁହ, ଏକ ବର୍ଷ କିମ୍ବା ଛଅ ମାସ ପରେ, ସେ ମରିଯାଇଥାଇ ପାରନ୍ତି ଏଗୁଡ଼ିକ ହେଉଛି ଯୁକ୍ତି । ମୁଖ୍ୟ କଥା ହେଉଛି ଯେ କୃଷ୍ଣ ଚାହୁଁଛନ୍ତି ଅର୍ଜୁନଙ୍କୁ ଲଢେ଼ଇ କରିବାକୁ ହେବ । ସେ ନିଶ୍ଚୟ, ସେ କ୍ଷତ୍ରିୟ ଭାବରେ ନିଜ କର୍ତ୍ତବ୍ୟରୁ ବିମୁଖ ହେବା ଉଚିତ୍ ନୁହେଁ । ଶାରୀରିକ ବିନାଶ ଦ୍ୱାରା ସେ ଅତିଷ୍ଠ ହେବା ଉଚିତ୍ ନୁହେଁ । ତେଣୁ ସେ ଉପଦେଶ ଦେଉଛନ୍ତି: "ଶରୀର ଆତ୍ମାଠାରୁ ଭିନ୍ନ ଅଟେ । ତେଣୁ ଭାବ ନାହିଁ ଯେ ଆତ୍ମାକୁ ହତ୍ୟା କରାଯିବ । ତୁମେ ଠିଆ ହୁଅ ଓ ଯୁଦ୍ଧ କର"। ଏହା ହେଉଛି ନିର୍ଦ୍ଦେଶ। ଆପଣଙ୍କୁ ବହୁତ ଧନ୍ୟବାଦ ।