OR/Prabhupada 0984 - ହିନ୍ଦୁଙ୍କର ଜଣେ ଭଗବାନ ଏବଂ ଖ୍ରୀଷ୍ଟିଆନଙ୍କର ଅନ୍ୟ ଏକ ଭଗବାନ। ନା। ଭଗବାନ ଦୁଇ ହୋଇପାରିବେ ନାହିଁ



720905 - Lecture SB 01.02.07 - New Vrindaban, USA

ତ, ଗତକାଲି ଆମେ ଆଲୋଚନା କରୁଥିଲୁ, ପ୍ରଥମ ଶ୍ରେଣୀର ଧାର୍ମିକ ବ୍ୟବସ୍ଥା କ’ଣ? ସ ବୈ ପୁଂସାଂ ପରୋ ଧର୍ମୋ ୟତୋ ଭକ୍ତିର ଅଧୋକ୍ଷଯେ (ଭା. ୧.୨.୭) ପରୀକ୍ଷା ହେଉଛି ଲୋକମାନେ ଯୁଦ୍ଧ କରିବାକୁ ବହୁତ ଉତ୍ସାହିତ, "ମୋର ଧର୍ମ ଭଲ" । "ମୁଁ ହିନ୍ଦୁ। ଆମର ଧର୍ମ ବହୁତ ଭଲ।" କେହି କୁହନ୍ତି, "ନା, ଆମେ ଖ୍ରୀଷ୍ଟିଆନ, ଆମେ ... ଆମର ଧର୍ମ ବହୁତ ଭଲ"। କେହି କେହି ମହମ୍ମଦିଆନ, ଏହି ଯୁଦ୍ଧ ଚାଲିଛି । ୟୁରୋପୀୟ ଇତିହାସରେ ଧାର୍ମିକ ଗୋଷ୍ଠୀ ମଧ୍ୟରେ ଯୁଦ୍ଧ, ଧର୍ମଯୁଦ୍ଧ ହୋଇଥିଲା । ଆମ ଦେଶରେ, ଭାରତରେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି ଯୁଦ୍ଧର ଅର୍ଥ କ’ଣ? ପ୍ରକୃତରେ ଯେତେବେଳେ ଜଣେ ଭଗବାନ ସଚେତନ, ସେ ଭଗବାନଙ୍କୁ ଜାଣନ୍ତି, ତେବେ ଯୁଦ୍ଧ କରିବାର ସୁଯୋଗ କେଉଁଠାରେ ଅଛି? ୟସ୍ୟ ଦେବେ ପରା... କାରଣ ଜଣେ ହେବା ଉଚିତ୍ ... ଯଦି ପ୍ରକୃତରେ ଜଣେ ଭଗବାନ ସଚେତନ, ୟସ୍ୟାସ୍ତି ଭକ୍ତିର ଭଗବତୀ ଅକିଞ୍ଚନା (ଭା. ୫.୧୮.୧୨)। ବୈଦିକ ସାହିତ୍ୟ ଆମକୁ ସୂଚନା ଦିଏ, ଯେ, ପ୍ରକୃତରେ ଯଦି ଜଣେ ଭଗବାନଙ୍କ ଭକ୍ତ...

ଭଗବାନ ଏକ, ଭଗବାନ ଦୁଇଜଣ ହୋଇପାରିବେ ନାହିଁ । ଏହା ନୁହେଁ, ହିନ୍ଦୁମାନଙ୍କର ଗୋଟିଏ ଭଗବାନ ଏବଂ ଖ୍ରୀଷ୍ଟିଆନମାନଙ୍କର ଅନ୍ୟ ଏକ ଭଗବାନ। ନା। ଭଗବାନ ଦୁଇଜଣ ହୋଇପାରିବେ ନାହିଁ । ଭଗବାନଙ୍କ ମଧ୍ୟରେ କୌଣସି ପ୍ରତିଯୋଗିତା ହୋଇପାରିବ ନାହିଁ । "ମୁଁ ଭଗବାନ ଅଟେ"। ଆଜିକାଲି ଏହା ଏକ ଫ୍ୟାଶନରେ ପରିଣତ ହୋଇଛି, ଏତେ ସଂଖ୍ୟକ ଭଗବାନ, ଦୁଷ୍ଟମାନେ ଆସୁଛନ୍ତି, "ମୁଁ ଭଗବାନ" । ସେ କୁହନ୍ତି, "ମୁଁ ଭଗବାନ", "ମୁଁ ଭଗବାନ", "ମୁଁ ଭଗବାନ।" ବର୍ତ୍ତମାନ କେତେ ଭଗବାନ ଅଛନ୍ତି? ନା, ଭଗବାନ ଏକ, ଏକୋ ବ୍ରହ୍ମ ଦ୍ଵିତୀୟ ନାସ୍ତି, ତାହା ହେଉଛି ବୈଦିକ ନିର୍ଦେଶ । ଠିକ୍ ସୂର୍ଯ୍ୟ ପରି । ସୂର୍ଯ୍ୟ ଗୋଟିଏ । ଆମର ବ୍ୟବହାରିକ ଉଦାହରଣରୁ । ଆପଣ କହିପାରିବେ ନାହିଁ ଯେ "ଏହା ହେଉଛି ଆମେରିକାର ସୂର୍ଯ୍ୟ", ଏବଂ "ଏହା ହେଉଛି ଭାରତୀୟ ସୂର୍ଯ୍ୟ"। କିମ୍ବା "ଏହା ଆଫ୍ରିକୀୟ ସୂର୍ଯ୍ୟ ଅଟେ।" ସୂର୍ଯ୍ୟ ଗୋଟିଏ । ଦେଖନ୍ତୁ, ଯଦି ଭଗବାନଙ୍କ ସୃଷ୍ଟି ଏକ, ଏବଂ ଏହା ଏତେ ଶକ୍ତିଶାଳୀ... ଭଗବାନଙ୍କର ସୃଷ୍ଟି ମଧ୍ୟରୁ ସୂର୍ଯ୍ୟ ହେଉଛି ଅନ୍ୟତମ । ସେଠାରେ ଲକ୍ଷ ଲକ୍ଷ ସୂର୍ଯ୍ୟ ଅଛନ୍ତି । ଆମେ କେବଳ ଗୋଟିଏ ଦେଖିପାରୁଛୁ । ତେଣୁ ଯଦି ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଗୋଟିଏ ସୂର୍ଯ୍ୟ ଏତେ କାର୍ଯ୍ୟ କରିପାରନ୍ତି, ଏତେ ଉତ୍ତାପ ଏବଂ ଆଲୋକ ବଣ୍ଟନ କରିପାରନ୍ତି, କଳ୍ପନା କର ସୂର୍ଯ୍ୟର ସୃଷ୍ଟିକର୍ତ୍ତା କେତେ ଶକ୍ତିଶାଳୀ । ଏହା ଏକ ସାଧାରଣ ଜ୍ଞାନ । ତ ଆମେ ଭଗବଦ୍-ଗୀତାରୁ ସୂଚନା ପାଇଥାଉ... (ପାର୍ଶ୍ୱରେ) ରୁପାନୁଗା ତୁମେ ଏଠାକୁ ଆସିପାରିବ ।

ଅହଂ ସର୍ବସ୍ୟ ପ୍ରଭବୋ
ମତ୍ତଃ ସର୍ବଂ ପ୍ରବର୍ତତେ ।
ଇତି ମତ୍ୱା ଭଜନ୍ତେ ମାଂ
ବୁଧା ଭାବସମନ୍ୱିତାଃ ॥
(ଭ.ଗୀ. ୧୦.୮)

ଅହଂ ସର୍ବସ୍ୟ ପ୍ରଭବୋ । ଆମେ ଯାହା ଦେଖୁ, ଯାହା ଅଛି, ସେମାନେ ସମସ୍ତେ ଭଗବାନଙ୍କଠାରୁ ଉତ୍ପନ୍ନ । ତାହା ହେଉଛି ବେଦାନ୍ତ-ସୂତ୍ରଙ୍କ ନିରୂପଣ । ସରଳ । ଯଦି ତୁମେ ଜାଣିବାକୁ ଚାହୁଁଛ ଭଗବାନ କ’ଣ, ବେଦାନ୍ତ-ସୂତ୍ର ଆମକୁ ଦୁଇଟି ଶବ୍ଦରେ ଅତି ସରଳ ଭାବରେ ସୂଚିତ କରେ: "ଭଗବାନ, କିମ୍ବା ପରମ ସତ୍ୟ, ଯିଏ ସବୁକିଛିର ଉତ୍ସ ଅଟନ୍ତି।" ଜନ୍ମାଦି ଅସ୍ୟ ୟତଃ (ଭା ୧.୧.୧) । ମୂଳ ଉତ୍ସ ଯାହାଠାରୁ ସବୁକିଛି ଆସୁଛି, ସେ ହେଉଛନ୍ତି ଭଗବାନ । ବହୁତ ସରଳ ପରିଭାଷା । ଯେକେହି ବୁଝିପାରିବେ । ଯଦି ତୁମେ ଜାଣିଛ ... ତାହା ହେଉଛି ଆମର ଅନୁସନ୍ଧାନ... ଦାର୍ଶନିକ ଅର୍ଥ ହେଉଛି ଅନୁସନ୍ଧାନ କରିବା । ଅଥାତୋ ବ୍ରହ୍ମ ଜିଜ୍ଞାସା - ଅନୁସନ୍ଧାନ କରିବାକୁ ।