OR/Prabhupada 0986 - ଭଗବାନଙ୍କ ଅପେକ୍ଷା କେହି ବି ବୁଦ୍ଧିମାନ ହୋଇପାରିବେ ନାହିଁ



720905 - Lecture SB 01.02.07 - New Vrindaban, USA

ଠିକ୍ ଯେପରି, ତୁମର ପାଶ୍ଚାତ୍ୟ ଦେଶଗୁଡ଼ିକରେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଭଗବାନଙ୍କ ପାଇଁ ନିଜ ଜୀବନକୁ ବଳିଦାନ ଦେଇଛନ୍ତି । କରିପାରିବେ ... ତାଙ୍କୁ ଅଭିଯୋଗ କରାଯାଇଥିଲା ଯେ ସେ କିଛି ନିନ୍ଦା କରୁଛନ୍ତି। କିନ୍ତୁ ସେ ଭଗବାନଙ୍କ ଭକ୍ତ ଥିଲେ। ସେ ଲୋକମାନଙ୍କୁ ପ୍ରଚାର କରୁଥିଲେ, ଭଗବାନଙ୍କ ରାଜ୍ୟ ଅଛି, ତୁମେ ଭଗବାନଙ୍କୁ ଭଲ ପାଅ ଏବଂ ଭଗବାନଙ୍କ ରାଜ୍ୟକୁ ଯାଅ । ସରଳ ସତ୍ୟ । ତାହା ହେଉଛି ମାନବ ଜୀବନର ପ୍ରକୃତ ବ୍ୟବସାୟ । ଏହି ମାନବ ଜୀବନ ଭଗବାନଙ୍କୁ ବୁଝିବା ପାଇଁ ଉଦ୍ଦିଷ୍ଟ । କାରଣ ଆମେ ଭଗବାନଙ୍କ ଅଂଶବିଶେଷ ଏବଂ ଆମେ ଭୁଲି ଯାଇଛୁ । ସେଇ ସମାନ ଜିନିଷ ପରି, ମୁଁ ଅନେକ ଥର ଉଦାହରଣ ଦେଇଛି, ଜଣେ ବ୍ୟକ୍ତି, ସେ ଜଣେ ଧନୀ ପିତାଙ୍କର, କିନ୍ତୁ କୌଣସି ପ୍ରକାରେ ସେ ଘରୁ ବାହାରି ଆସିଛନ୍ତି ଏବଂ ସେ ଘୁରି ବୁଲୁଛନ୍ତି । ଆପଣଙ୍କ ଦେଶରେ ଏହି ଉଦାହରଣ ବହୁତ ପ୍ରଯୁଜ୍ୟ । ବହୁତ ସଂଖ୍ୟକ ପୁଅ, ସେମାନେ ସେମାନଙ୍କର ଧନୀ ପିତା, ଧନୀ ପରିବାର ଛାଡିଛନ୍ତି, ଏବଂ ରାସ୍ତାରେ ପଡ଼ି ରହିଛନ୍ତି । ମୁଁ ଦେଖି ସାରିଛି। କାହିଁକି? ବୋଧହୁଏ କୌଣସି କାରଣରୁ, କିନ୍ତୁ ସେ ରାସ୍ତାରେ ଶୋଇବା ଆଶା କରାଯାଏ ନାହିଁ । କାରଣ ସେ ଧନୀ ପିତାଙ୍କ, ଅତି କମରେ ଧନୀ ରାଷ୍ଟ୍ର, ତୁମର ଆମେରିକୀୟ ରାଷ୍ଟ୍ର ପାଇଛନ୍ତି । ସେହିଭଳି ଯେତେବେଳେ ଆମେ ଚିନ୍ତିତ ଏବଂ ଦ୍ୱନ୍ଦ୍ୱରେ ପଡ଼ି ଏବଂ ଭଗବାନଙ୍କଠାରୁ ସ୍ୱାଧୀନ ଭାବରେ ବଞ୍ଚିବାକୁ ଇଚ୍ଛା କରୁ, ସବୁଠାରୁ ଧନୀ ପିତା, ଭଗବାନଙ୍କଠାରୁ କିଏ ଅଧିକ ଧନୀ ହୋଇପାରିବ? ଭଗବାନ ଅର୍ଥ ସବୁଠାରୁ ଧନୀ । ତାଙ୍କଠାରୁ କେହି ଧନୀ ହୋଇପାରିବେ ନାହିଁ। ତାହା ହେଉଛି ଭଗବାନଙ୍କର ଅନ୍ୟ ଏକ ସଂଜ୍ଞା ।

ଐଶ୍ୱର୍ଯ୍ୟସ୍ୟ ସମଗ୍ରସ୍ୟ
ଵୀର୍ୟସ୍ୟ ୟଶସଃ ଶ୍ରୀୟଃ
ଜ୍ଞାନ-ବୈରାଗ୍ୟୟୋଶ ଚ ଇବ
ଷଣଣାଂ ଭଗ ଇତି ଇଙ୍ଗନା
(ବିଷ୍ଣୁ ପୁରାଣ ୬.୫.୪୭) ।

ଭାଗ, ଭାଗ ଅର୍ଥ ଭାଗ୍ୟ । ଯିଏ ଛଅ ପ୍ରକାରର ଭାଗ୍ୟ ସହିତ ସଂଯୁକ୍ତ । ଆମେ ଏହାକୁ ବହୁତ ଭଲ ଭାବରେ ବୁଝିପାରିବା । ଯେପରି ଆମର, ଏହି ଭୌତିକ ଜଗତରେ, ଯଦି ଜଣେ ବ୍ୟକ୍ତି ବହୁତ ଧନୀ, ସେ ଆକର୍ଷଣୀୟ । ସମସ୍ତେ ତାଙ୍କ ବିଷୟରେ କଥାବାର୍ତ୍ତା କରନ୍ତି । ଏପରିକି ସେ ଏକ ନମ୍ବର ନିର୍ବୋଧ ହୋଇଥାନ୍ତୁ, ଯଦି ତାଙ୍କ ପାଖରେ ଟଙ୍କା ଅଛି, ସମସ୍ତେ ତାଙ୍କୁ ପ୍ରଶଂସା କରିବେ । ଅନ୍ତତଃପକ୍ଷେ ଏହି ଯୁଗରେ ଏହା ଚାଲିଛି । କେହି କିଛି ବିଷୟରେ ବିଚାର କରନ୍ତି ନାହିଁ, କିନ୍ତୁ ଯଦି କୌଣସି ପ୍ରକାରେ ବହୁତ ଧନୀ ହୋଇଯାଏ, ତେବେ ସେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ ହୁଅନ୍ତି । ତେଣୁ ଭଗବାନ ଧନୀ ହେବା ଜରୁରୀ । ଏଠାରେ, ଏହି ଭୌତିକ ଜଗତ ମଧ୍ୟରେ ଆମେ ଦାବି କରିପାରିବା, "ମୁଁ ତା’ଠାରୁ ଅଧିକ ଧନୀ," କିନ୍ତୁ ମୋ ଠାରୁ କେହି ଧନୀ ଅଛି । ମୁଁ ଦାବି କରିପାରିବି ନାହିଁ ଯେ "ମୋ ଠାରୁ କେହି ଧନୀ ନୁହଁନ୍ତି"। ତାହା ସମ୍ଭବ ନୁହେଁ । ଆମେ ଆମ ଅପେକ୍ଷା କମ୍ ଧନୀ ପାଇବା ଏବଂ ଆମେ ନିଜ ଅପେକ୍ଷା ଅଧିକ ଧନୀ ପାଇ ପାରିବା । ଦୁଇଟି ଜିନିଷ ଆମେ ପାଇବା । କିନ୍ତୁ ଯେତେବେଳେ ତୁମେ ଭଗବାନଙ୍କ ନିକଟକୁ ଆସିବ, ତୁମେ ପାଇବ ଯେ ତାଙ୍କଠାରୁ କେହି ଧନୀ ନୁହଁନ୍ତି ।


ତେଣୁ ଭଗବାନଙ୍କୁ ମହାନ କୁହାଯାଏ, ଭଗବାନ ମହାନ ଅଟନ୍ତି । ସେହିଭଳି, କେବଳ ଧନରେ ନୁହେଁ, ଐଶ୍ୱର୍ଯ୍ୟସ୍ୟ, ସମଗ୍ରସ୍ୟ ଵୀର୍ୟସ୍ୟ, ଶକ୍ତିରେ ମଧ୍ୟ । ଐଶ୍ୱର୍ଯ୍ୟସ୍ୟ ସମଗ୍ରସ୍ୟ ଵୀର୍ୟସ୍ୟ ୟଶସଃ, ସୁନାମ ମଧ୍ୟ, ଖ୍ୟାତି । ସମସ୍ତଙ୍କ ପରି, ଏହା ହୋଇପାରେ ତୁମେ କୌଣସି ଧର୍ମର, ମୁଁ ଅନ୍ୟ, କିନ୍ତୁ ସମସ୍ତେ ଜାଣନ୍ତି ଯେ ଭଗବାନ ମହାନ ଅଟନ୍ତି । ତାହା ହେଉଛି ପ୍ରତିଷ୍ଠା । ଐଶ୍ୱର୍ଯ୍ୟସ୍ୟ ସମଗ୍ରସ୍ୟ ଵୀର୍ୟସ୍ୟ ୟଶସଃ, ଏବଂ ଶ୍ରୀ, ଶ୍ରୀ ର ଅର୍ଥ ହେଉଛି ସୌନ୍ଦର୍ଯ୍ୟ । ଭଗବାନ ସବୁଠାରୁ ସୁନ୍ଦର । ଠିକ୍ ଯେପରି, ଏଠାରେ କୃଷ୍ଣଙ୍କୁ ଦେଖନ୍ତୁ, ତୁମର ଏଠାରେ କୃଷ୍ଣଙ୍କର ବିଗ୍ରହ ଅଛି , ସେ କେତେ ସୁନ୍ଦର । ଭଗବାନ ନିଶ୍ଚୟ, ସେ ଯୁବକ, ସର୍ବଦା । ଜଣେ ବୃଦ୍ଧ ସୁନ୍ଦର ହୋଇପାରିବେ ନାହିଁ । ଏହା ବ୍ରହ୍ମା-ସଂହିତାରେ ଉଲ୍ଲେଖ ଅଛି, ଅଦ୍ୱୈତଂ ଅଚ୍ୟୁତଂ ଅନାଦିଂ ଅନନ୍ତ-ରୂପଂ ଆଦ୍ୟଂ ପୁରାଣ-ପୁରୁଷଂ ନବ-ଯୌବନଂ ଚ (ବ୍ର.ସ. ୫.୩୩) । ତାହା ହେଉଛି ଆଦ୍ୟଂ ପୁରାଣର ବର୍ଣ୍ଣନା, ସେ ମୂଳ ବ୍ୟକ୍ତି, ସବୁଠୁ ବଡ କିନ୍ତୁ ସେ ନବ-ଯୌବନଂ, ଏକ ସୁନ୍ଦର ବାଳକ ପରି, ଷୋହଳ କିମ୍ବା କୋଡ଼ିଏ ବର୍ଷର କୁହ । ତେଣୁ ତାହା ସୁନ୍ଦର, ସବୁଠାରୁ ସୁନ୍ଦର । ଏବଂ ସବୁଠାରୁ ଜ୍ଞାନୀ, ଜ୍ଞାନ । ଭଗବାନଙ୍କ ଅପେକ୍ଷା କେହି ବୁଦ୍ଧିମାନ ହୋଇପାରିବେ ନାହିଁ। ବ୍ୟାସଦେବଙ୍କ ପିତା ପରାଶର ମୁନି ଦେଇଥିବା ଏଗୁଡ଼ିକ ହେଉଛି ବର୍ଣ୍ଣନା । ଐଶ୍ୱର୍ଯ୍ୟସ୍ୟ ସମଗ୍ରସ୍ୟ ଵୀର୍ୟସ୍ୟ ୟଶସଃ ଶ୍ରୀୟଃ (ବିଷ୍ଣୁ ପୁରାଣ ୬.୫.୪୭), ଜ୍ଞାନ-ବୈରାଗ୍ୟ ଏବଂ ଏକ ସମୟରେ ବୈରାଗ୍ୟ ମଧ୍ୟ ।