OR/Prabhupada 0987 - ଭାବ ନାହିଁ ଯେ ତୁମେ ଭଗବାନ ଚେତନାରେ ଭୋକରେ ରହିବ । ତୁମେ କଦାପି ଭୋକରେ ରହିବ ନାହିଁ



720905 - Lecture SB 01.02.07 - New Vrindaban, USA

ବର୍ତ୍ତମାନ ଭଗବାନ ଏହି ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି । ଭଗବାନ ବ୍ରହ୍ମାଣ୍ଡ ଜଗତ, ଅସଂଖ୍ୟ ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି, କିନ୍ତୁ ସେ ଏଥିରେ ଆଗ୍ରହୀ ନୁହଁନ୍ତି। ସେ ଆଗ୍ରହୀ; ସେ ସୃଷ୍ଟି କରିଛନ୍ତି। ସେ ଆମକୁ ଏଠାରେ ରହିବାକୁ ସୁବିଧା ଦେଇଛନ୍ତି, କିନ୍ତୁ ସେ ଏହାକୁ ଉପଭୋଗ କରିବାକୁ ଏଠାକୁ ଆସୁନାହାଁନ୍ତି। ତାଙ୍କର ବହୁତ ଭଲ ଅଛି । କିମ୍ବା ସେ ଏହି ସମସ୍ତ ଐଶ୍ୱର୍ଯ୍ୟ ପାଇଁ ଚିନ୍ତା କରନ୍ତି ନାହିଁ । ତାହା ହେଉଛି ଭଗବାନଙ୍କର ଆଉ ଏକ ଯୋଗ୍ୟତା । ତେଣୁ ଏହି ମାନବ ଜୀବନ ଭଗବାନଙ୍କୁ ବୁଝିବା ପାଇଁ ଉଦ୍ଦିଷ୍ଟ ଏବଂ ବୈଜ୍ଞାନିକ ଭାବରେ, ସମ୍ପୂର୍ଣ୍ଣ ଜ୍ଞାନ ସହିତ । ତାହା ଶ୍ରୀମଦ୍-ଭାଗବତମ୍ ରେ ବର୍ଣ୍ଣନା କରାଯାଇଛି । ତେଣୁ ଆମେ ଏହି ଭାଗବତ ବକ୍ତବ୍ୟ ପ୍ରଚାର କରୁଛୁ । ଶ୍ରୀମଦ୍-ଭାଗବତମ୍ ଆରମ୍ଭରେ ଭଗବାନଙ୍କର ପ୍ରକୃତି କ’ଣ? ତାହା ବର୍ଣ୍ଣନା କରାଯାଇଛି, ଜନ୍ମାଦୀ ଅସ୍ୟ ୟତଃ ଅନବୟାଦ ଇତରତଶ ଚ ଅର୍ଥେଷୁ ଅଭିଜ୍ଞଃ ସ୍ଵରାଟ (ଭା. ୧.୧.୧) । ଭଗବାନ ... ଭଗବାନ ଜ୍ଞାନୀ, ସେ ସବୁକିଛି ଜାଣନ୍ତି । ସେ ଏକ ସମ୍ବେଦନଶୀଳ ବ୍ୟକ୍ତି । ଏକ ମୃତ ପଥର ନୁହେଁ । ଯଦି ଭଗବାନ ସମ୍ବେଦନଶୀଳ ନୁହଁନ୍ତି, ଯଦି ଭଗବାନ ଜଣେ ବ୍ୟକ୍ତି ନୁହଁନ୍ତି, କିପରି ଏତେ ଶକ୍ତିଶାଳୀ ବ୍ୟକ୍ତି, ସମ୍ବେଦନଶୀଳ ବ୍ୟକ୍ତି ତାଙ୍କ ଠାରୁ ଆସୁଛନ୍ତି? ଯଦି ପିତା ବୁଦ୍ଧିମାନ ନୁହଁନ୍ତି, ତେବେ ପୁଅ ଏବଂ ଝିଅମାନେ କିପରି ବୁଦ୍ଧିମାନ ହୋଇପାରିବେ? କୁକୁର ଜଣେ ବୁଦ୍ଧିମାନ ବ୍ୟକ୍ତିଙ୍କୁ ଜନ୍ମ ଦେଇପାରିବ ନାହିଁ, ଜଣେ ବୁଦ୍ଧିମାନ ବ୍ୟକ୍ତି, ସେ ବୁଦ୍ଧିମାନ ପିଲାମାନଙ୍କୁ ଜନ୍ମ ଦେଇପାରେ । ଏହା ଆମର ବ୍ୟବହାରିକ ଅଭିଜ୍ଞତା । ତେଣୁ ଭଗବାନଙ୍କ ଏହି ବର୍ଣ୍ଣନା, ଐଶ୍ୱର୍ଯ୍ୟସ୍ୟ ସମଗ୍ରସ୍ୟ ବୀର୍ୟସ୍ୟ ୟଶସଃ ଶ୍ରୀୟଃ। ଭଗବାନ କ’ଣ ତାହା ବୁଝିବାକୁ ଚେଷ୍ଟା କରିବା ଉଚିତ୍ । ଯଦି ତୁମେ ଜଣେ ବ୍ୟକ୍ତିଙ୍କୁ ଖୋଜି ପାରିବ ଯିଏ ସବୁକିଛିରେ ଉନ୍ନତ, ଧନ, ଶକ୍ତି, ସୌନ୍ଦର୍ଯ୍ୟ, ଖ୍ୟାତି, ଜ୍ଞାନ, ତ୍ୟାଗରେ, ସେ ହେଉଛନ୍ତି ଭଗବାନ । କୌଣସି ଚତୁର୍ଥ ଶ୍ରେଣୀର ଭଗବାନଙ୍କୁ ଧରନ୍ତୁ ନାହିଁ । ଯଦି ତୁମେ ବୁଦ୍ଧିମାନ, ଭଗବାନଙ୍କ ଅର୍ଥ କ’ଣ ବୁଝିବାକୁ ଚେଷ୍ଟା କର ଏବଂ... ବୁଝିବାକୁ ଚେଷ୍ଟା କର ।

ତେଣୁ ଏଠାରେ ଶ୍ରୀମଦ୍-ଭାଗବତମ୍ ରେ କୁହାଯାଇଅଛି ଯେ ଏହା ହେଉଛି ପ୍ରଥମ ଶ୍ରେଣୀର ଧର୍ମ । ତାହା କ 'ଣ? ଯାହାକି ଅନୁଗାମୀମାନଙ୍କୁ ଭଗବାନଙ୍କୁ କିପରି ପ୍ରେମ କରିବାକୁ ହେବ ତାର ସୁଯୋଗ ଦେଇଥାଏ । ଆମେ କାହିଁକି କରିବା ଉଚିତ୍ ନୁହେଁ? ଯଦି ଭଗବାନ ମହାନ, ଯଦି ଆମ ପିତା ଏତେ ମହାନ, ତେବେ ଆମେ କାହିଁକି ପ୍ରେମ କରିବା ଉଚିତ୍ ନୁହେଁ? ଆମେ ଏଠାରେ କାହାକୁ ଚାଟୁକାର କରୁଛୁ, କୁହନ୍ତୁ, କିଛି ଲକ୍ଷ ଡଲାର, ଆମେ ତାର ଚାଟୁକାର, ଆଉ ସବୁଠୁ ଧନୀ ଯିଏ, ଆମେ ତାଙ୍କୁ ପ୍ରେମ କରିବା ଉଚିତ୍ ନୁହେଁ? କାହିଁକି? ଏହାର କାରଣ କ’ଣ? ଏବଂ ବାସ୍ତବରେ ସେ ସବୁକିଛି ଯୋଗାଉଛନ୍ତି, ଏକୋ ବହୁନାଂ ବିଧାଧାତି କାମାନ । ସେ ସମସ୍ତ ଜୀବଜନ୍ତୁଙ୍କୁ ଜୀବନର ସମସ୍ତ ଆବଶ୍ୟକତା ଯୋଗାଉଛନ୍ତି, ପିମ୍ପୁଡ଼ିଠାରୁ ଆରମ୍ଭ କରି ହାତୀ ପର୍ଯ୍ୟନ୍ତ । ତେବେ ଆମ ପାଇଁ କାହିଁକି ନୁହେଁ? ଭଗବାନଙ୍କ ସେବା ପାଇଁ ଆମେ ଆମର ସମ୍ପୂର୍ଣ୍ଣ ଜୀବନ ଉତ୍ସର୍ଗ କରିଛୁ, ଯଦି ଭଗବାନ ପିମ୍ପୁଡ଼ି, ହାତୀକୁ ଖାଦ୍ୟ ଦେଉଛନ୍ତି, ତେବେ ଆମକୁ କାହିଁକି ନୁହେଁ? ତେଣୁ ଭାବ ନାହିଁ ଯେ ତୁମେ ଭଗବାନ ଚେତନାରେ ଭୋକରେ ରହିବ । ତୁମେ କେବେ ଭୋକରେ ରହିବ ନାହିଁ । ତୁମେ ତୁମର କର୍ତ୍ତବ୍ୟରେ ଅଗ୍ରସର ହୁଅ, ଭଗବାନଙ୍କୁ ପ୍ରେମ କରିବା ଏବଂ ଭଗବାନଙ୍କ ପ୍ରେମ ପ୍ରଚାର କରିବା । ତୁମେ ସର୍ବଦା ଐଶ୍ୱର୍ଯ୍ୟଶାଳୀ ହେବ, ନିଶ୍ଚିତ ହୁଅ । ଜଣେ ସାଧାରଣ ଲୋକ, ଯଦି ତୁମେ ତାଙ୍କ ପାଇଁ କାମ କର, ସେ ତୁମକୁ ଦରମା, ଭଲ ଦରମା ଦେଇଥାଏ । ଏବଂ ଆମେ ଭଗବାନଙ୍କ ପାଇଁ କାମ କରୁଛୁ, ଆମେ ସମସ୍ତେ ଦରମା ପାଉ ନାହୁଁ କି? ତାହା କିପରି? (ହସି) ଆମେ ନିଶ୍ଚୟ ପାଇବୁ । ଯଦି ତୁମେ ପ୍ରକୃତରେ ଭଗବାନଙ୍କୁ ପ୍ରେମ କର, ଭଗବାନଙ୍କ ପାଇଁ କାର୍ଯ୍ୟ କର, ତୁମର ଆର୍ଥିକ ଅବସ୍ଥା ବିଷୟରେ ଭାବ ନାହିଁ । ଏହା ସମର୍ଥିତ ହେବ । ଭଗବଦ୍-ଗୀତାରେ କୁହାଯାଏ, ଯୋଗକ୍ଷେମଂ ବହାମ୍ୟହମ୍ (ଭ.ଗୀ. ୯.୨୨) । ସମସ୍ତ ଆବଶ୍ୟକତା ସେ ବ୍ୟକ୍ତିଗତ ଭାବରେ ଯୋଗାନ୍ତି । ଠିକ୍ ଜଣେ ପିତାଙ୍କ ପରି । ଏକ ଛୋଟ ପିଲା ଯିଏ ପିତାମାତା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ, ପିତାମାତା ଆରାମର ଯତ୍ନ ନିଅନ୍ତି । ପିଲା ପିତାମାତାଙ୍କୁ ପଚାରେ ନାହିଁ, କାରଣ ସେ କଥା ମଧ୍ୟ କହିପାରେ ନାହିଁ । ତେଣୁ ସେ କେବଳ ଭଗବାନଙ୍କ ଉପରେ ନିର୍ଭର କରେ, ପିତାମାତାଙ୍କ ଉପରେ ନିର୍ଭର କରେ। ସରଳ ଭାବରେ, ଯଦି ଆପଣ କେବଳ ଭଗବାନଙ୍କ ଉପରେ ନିର୍ଭର କରନ୍ତି, ତେବେ ଆପଣଙ୍କର ଅର୍ଥନୈତିକ ସମସ୍ୟାର କୌଣସି ପ୍ରଶ୍ନ ନାହିଁ । ନିଶ୍ଚିତ ହୁଅ। ଏହା ଏକ ସାଧାରଣ ଜ୍ଞାନ ।

ତେଣୁ ବର୍ତ୍ତମାନ ସମୟରେ ଭଗବାନଙ୍କ ଭକ୍ତମାନଙ୍କର ଅଭାବ ଅଛି । ଲୋକମାନେ ଭଗବାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । କେହି କେହି କହୁଛନ୍ତି, ଭଗବାନ ମରିଛନ୍ତି। କେହି ଜଣେ ଭଣ୍ଡକୁ ଭଗବାନ ଭାବରେ ଗ୍ରହଣ କରୁଛନ୍ତି । କେହି ଜଣେ ନିଜକୁ ଭଗବାନ ବୋଲି ଘୋଷଣା କରୁଛନ୍ତି । ନା, ବୈଜ୍ଞାନିକ ଭାବରେ ଭଗବାନଙ୍କୁ ବୁଝିବାକୁ ଚେଷ୍ଟା କର ଏବଂ ଜଣେ ଭକ୍ତ ହୁଅ, ଭଗବାନଙ୍କ ପ୍ରେମୀ ହୁଅ, ତୁମର ଜୀବନ ସଫଳ ହେବ । ତାହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ । ଏହା ନୁହେଁ ଯେ "ମୋର ଭଗବାନ", "ତୁମର ଭଗବାନ", "ଏହି ଧର୍ମ," "ସେହି ଧର୍ମ।" ଭଗବାନ ଏକ ଏବଂ ଧର୍ମ ଏକ। ଧର୍ମ କ’ଣ? ଭଗବାନଙ୍କ ପ୍ରତି ପ୍ରେମ । ଖାଲି ଏତିକି। ଅନ୍ୟ କୌଣସି ଦ୍ୱିତୀୟ ଧର୍ମ ନାହିଁ। ଏହା ହେଉଛି ଧର୍ମ। ତେଣୁ ଭଗବାନ ଆସି କୁହନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (ଭ.ଗୀ ୧୮.୬୬) । ଏହା ହେଉଛି ଧର୍ମ।