OR/Prabhupada 0988 - ତଥାକଥିତ ଭାବପ୍ରବଣ ଧର୍ମ ଏଠାରେ ଶ୍ରୀମଦ୍-ଭାଗବତମ୍ ରେ ନାହିଁ



740724 - Lecture SB 01.02.20 - New York

ଏବଂ ପ୍ରସନ୍ନ-ମନସୋ
ଭଗବଦ୍-ଭକ୍ତି-ୟୋଗତଃ ।
ଭଗବତ୍-ତତ୍ତ୍ୱ-ବିଜ୍ଞାନଂ
ମୁକ୍ତ-ସଙ୍ଗସ୍ୟ ଜାୟତେ ॥
(ଭା. ୧.୨.୨୦)

ଭଗବତ୍-ତତ୍ତ୍ୱ-ବିଜ୍ଞାନଂ । ଏହା ଭାବନା ନୁହେଁ;ଏହା ହେଉଛି ବିଜ୍ଞାନ। ବିଜ୍ଞାନ ଅର୍ଥ ବିଜ୍ଞାନ । ଜଣେ ଭକ୍ତ ହେବା ଅର୍ଥ ଭାବବାଦୀ ନୁହେଁ । ଭାବପ୍ରବଣ ବ୍ୟକ୍ତିଙ୍କର କୌଣସି ମୂଲ୍ୟ ନାହିଁ । ଯାହାର ଥିଲା… ଭାବନା ଅଛି । ତାହା ହେଉଛି ଭାବପ୍ରବଣ ଭାବନା… ଯେପରି ଏହି ପିଲା ନାଚୁଛି । ଏହା ଭାବନା ନୁହେଁ - ତାଙ୍କର କୌଣସି ଭାବନା ନାହିଁ - କିନ୍ତୁ ସେ ଆଧ୍ୟାତ୍ମିକ ଜାଗରଣରୁ ନାଚୁଛନ୍ତି । ଏହି ନୃତ୍ୟ କୁକୁରର ନୃତ୍ୟ ନୁହେଁ । ଏହା ହିଁ… ଯିଏ ଭଗବାନଙ୍କ ପ୍ରେମକୁ ଅନୁଭବ କରୁଛନ୍ତି, ସେ ନାଚୁଛନ୍ତି । ଭଗବାନଙ୍କ ପ୍ରତି ଯେତେ ଅଧିକ ପ୍ରେମ ଅନୁଭବ ହୁଏ, ସେ ନାଚନ୍ତି, ସେ ଜପ କରିପାରନ୍ତି, ସେ କାନ୍ଦନ୍ତି । ସେଠାରେ ବହୁତ, ଆଠ ପ୍ରକାରର ଅଷ୍ଟ-ସାତ୍ବିକ ବିକାର (ଚ.ଚ. ଅନ୍ତ୍ୟ ୧୪.୯୯): ଶରୀରର ପରିବର୍ତ୍ତନ, ଆଖିରେ ଲୁହ । ତେଣୁ ...

ଭଗବତ୍-ତତ୍ତ୍ୱ-ବିଜ୍ଞାନଂ ।
ଜ୍ଞାନଂ ପରମ-ଗୁହ୍ୟଂ ମେ
ୟଦ ବିଜ୍ଞାନ ସମନ୍ବିତଂ
(ଭା. ୨.୯.୩୧)

କୃଷ୍ଣ ବ୍ରହ୍ମାଙ୍କୁ କହିଲା, ଜ୍ଞାନଂ ମେ ପରମ-ଗୁହ୍ୟଂ । କୃଷ୍ଣଙ୍କ ବିଷୟରେ ଜାଣିବା, ଏହା ଅତ୍ୟନ୍ତ ଗୁପ୍ତ ଅଟେ । ଏହା ସାଧାରଣ କଥା ନୁହେଁ । ବିଜ୍ଞାନ । ତେଣୁ ଅନେକ ବୈଜ୍ଞାନିକ, ସେମାନେ ମଧ୍ୟ ଆମର ଆନ୍ଦୋଳନରେ ଯୋଗ ଦେଉଛନ୍ତି । ଅନେକ ଡକ୍ଟର, ଦର୍ଶନଶାସ୍ତ୍ରର, ରସାୟନ ବିଜ୍ଞାନର, ସେମାନେ ଏହା ଏକ ବିଜ୍ଞାନ ବୋଲି ବୁଝୁଛନ୍ତି । ଏବଂ ତୁମେ ଯେତେ ଅଧିକ ପ୍ରଚାର କର, ମୋର କହିବାର ଅର୍ଥ, ସମାଜର ଉଚ୍ଚ ଶିକ୍ଷିତ ପଣ୍ଡିତ, ପ୍ରଫେସର, ବୈଜ୍ଞାନିକ, ଦାର୍ଶନିକ, ସେମାନେ ଯୋଗଦେବେ । ଏବଂ ସେମାନଙ୍କ ପାଇଁ ଆମର ଅନେକ ପୁସ୍ତକ ଅଛି । ଆମର ଅଶୀଟି ବହି ପ୍ରକାଶ କରିବାକୁ ପ୍ରସ୍ତାବ ଅଛି । ସେଥିମଧ୍ୟରୁ ଆମେ ପ୍ରାୟ ଚଉଦଟି ପୁସ୍ତକ ପ୍ରକାଶ କରିଛୁ।

ତେଣୁ ଏହା ଏକ ବିଜ୍ଞାନ । ଅନ୍ୟଥା, କାହିଁକି ଶ୍ରୀମଦ୍-ଭାଗବତମ୍ ବୁଝିବା ପାଇଁ ଅଠର ହଜାର ଶ୍ଳୋକ ଅଛି ? ହମ୍? ଶ୍ରୀମଦ୍-ଭାଗବତମ୍ ର ଆରମ୍ଭରେ କୁହାଯାଇଅଛି, ଧର୍ମ ପ୍ରୋଜହିତ-କୈତବୋ ଽତ୍ର (ଭା. ୧.୧.୨): ପ୍ରତାରଣା, ଭାବପ୍ରବଣତା, ତଥାକଥିତ ଧାର୍ମିକ ପ୍ରଣାଳୀ ହେଉଛି ପ୍ରୋଜହିତ, ଏହାକୁ ବାହାର କରିଦିଆଯାଏ । ଶ୍ରୀମଦ୍-ଭାଗବତମ୍ ରେ ଏପରି ସ୍ଥାନ ନାହିଁ । ପ୍ରୋଜହିତ । ଯେପରି ତୁମେ ଝାଡ଼ୁରେ କିଛି ଝାଡ଼ି ଦିଅ କିମ୍ବା ଅନ୍ୟ କିଛି ଦ୍ୱାରା ଧୂଳି ସଫା କରିଦିଅ, ସେହିଭଳି ମଳିନ ଜିନିଷ, ତଥାକଥିତ ଭାବପ୍ରବଣ ଧର୍ମ, ଏଠାରେ ଶ୍ରୀମଦ୍-ଭାଗବତମ୍ ରେ ନାହିଁ । ଏହା ଏକ ବିଜ୍ଞାନ । ପରମ-ଗୁହ୍ୟଂ ବହୁତ ଗୋପନୀୟ ।