OR/Prabhupada 0989 - ଗୁରୁଙ୍କ ଅନୁଗ୍ରହରେ ଜଣେ କୃଷ୍ଣ ପାଇଥାଏ । ଏହା ହେଉଛି ଭଗବଦ୍-ଭକ୍ତି-ଯୋଗ



740724 - Lecture SB 01.02.20 - New York

ପ୍ରଭୁପାଦ: କୃଷ୍ଣଙ୍କୁ ବୁଝିବା ସାଧାରଣ କଥା ନୁହେଁ । କୃଷ୍ଣ କୁହନ୍ତି,

ମନୁଷ୍ୟାଣାଂ ସହସ୍ରେଷୁ
କଶ୍ଚିଦ୍ୟତତି ସିଦ୍ଧୟେ ।
ଯତତାମପି ସିଦ୍ଧାନାଂ
କଶ୍ଚିନ୍ମାଂ ବେତ୍ତି ତତ୍ତ୍ୱତଃ ॥
(ଭ.ଗୀ. ୭.୩)

ତେଣୁ ଏହି ସତ୍ୟ ବୁଝିବା... କୃଷ୍ଣଙ୍କ ମାଧ୍ୟମରେ କିମ୍ବା କୃଷ୍ଣଙ୍କର ପ୍ରତିନିଧୀଙ୍କ ମାଧ୍ୟମରେ । ଭଗବଦ୍-ଗୀତାରେ କୃଷ୍ଣ କୁହନ୍ତି,

ମୟ୍ୟାସକ୍ତମନାଃ ପାର୍ଥ
ଯୋଗଂ ଯୁଞ୍ଜନ୍ ମଦାଶ୍ରୟଃ । (ଭ.ଗୀ. ୭.୧)

ମଦାଶ୍ରୟଃ । ମଦାଶ୍ରୟଃ ର ଅର୍ଥ ହେଉଛି "ମୋ ଅଧୀନରେ... ମୋ ଅଧୀନରେ ।" ବାସ୍ତବରେ ଏହାର ଅର୍ଥ... ମଦାଶ୍ରୟଃର ଅର୍ଥ, ଯିଏ କୃଷ୍ଣଙ୍କର ଆଶ୍ରୟ ନେଇଛି, କିମ୍ବା କୌଣସି ନିଗ୍ରହ ବିନା କୃଷ୍ଣଙ୍କ ଠାରେ ଆତ୍ମସମର୍ପଣ କରିଛନ୍ତି । ତାଙ୍କୁ ମଦାଶ୍ରୟଃ କୁହାଯାଏ, କିମ୍ବା ଯିଏ ସମ୍ପୂର୍ଣ୍ଣ ରୂପେ ଆଶ୍ରୟ ନେଇଛନ୍ତି । ତେଣୁ ଏହି ଯୋଗ, ଏହି ଭକ୍ତି-ଯୋଗ, ଯେପରି ଏଠାରେ କୁହାଯାଇଛି, ଭଗବଦ୍-ଭକ୍ତି-ୟୋଗତଃ... ତେଣୁ ଭଗବଦ୍-ଭକ୍ତି-ଯୋଗ ଶିଖାଯାଇପାରିବ ଯେତେବେଳେ ଜଣେ ଭଗବଦ୍-ଭକ୍ତଙ୍କ ପାଦପଦ୍ମରେ ସମ୍ପୂର୍ଣ୍ଣ ଆଶ୍ରୟ ନେଇଥାଏ । ଏହାକୁ ଭଗବଦ୍-ଭକ୍ତ କୁହାଯାଏ । ସେ ଭଗବଦ୍-ଭକ୍ତ ସ୍ୱାଧୀନ ହୋଇପାରିବେ ନାହିଁ, ଆଧ୍ୟାତ୍ମିକ ଗୁରୁଙ୍କ ଯତ୍ନ ନକରି । ତାହା ନିର୍ବୋଧତା ଅଟେ । ତାହା ହେଉଛି ମୂର୍ଖାମୀ । ସେ କଦାପି ସମର୍ଥ ହେବେ ନାହିଁ ।


ଆମେ ପ୍ରତିଦିନ ଗୀତ ଗାଉଛୁ, ୟସ୍ୟ ପ୍ରସାଦାଦ ଭଗବତ-ପ୍ରସାଦୋ । କିନ୍ତୁ ଦୁର୍ଭାଗ୍ୟବଶତ ଆପଣମାନେ ଏହାର ଅର୍ଥ ଜାଣି ନାହାଁନ୍ତି । ୟସ୍ୟ ପ୍ରସାଦାଦ: ଯଦି ଆଧ୍ୟାତ୍ମିକ ଗୁରୁ ପ୍ରସନ୍ନ ହୁଅନ୍ତି, ତେବେ ଭଗବାନ୍ ପ୍ରସନ୍ନ ହୁଅନ୍ତି । ସ୍ଵାଧୀନ ଭାବରେ ନୁହେଁ... ୟସ୍ୟ, ୟସ୍ୟ ପ୍ରସାଦାଦ । ଦଶ ପ୍ରକାରର ଅପରାଧ ମଧ୍ୟରେ, ପ୍ରଥମ ଅପରାଧ ହେଉଛି ଗୁରୋର ଅବଜ୍ଞା, ଗୁରୁଙ୍କ ଆଦେଶକୁ ଅବମାନନା କରିବା । ଏବଂ ବିଶେଷକରି ଗୁରୁଙ୍କ ବ୍ୟବସାୟ ହେଉଛି କୃଷ୍ଣ ଚେତନା ପ୍ରଚାର କରିବା । ଏବଂ ଯଦି ଜଣେ ବ୍ୟକ୍ତି ନିନ୍ଦା କରେ ଯିଏ ସାରା ବିଶ୍ୱରେ କୃଷ୍ଣ ଚେତନା ପ୍ରଚାର କରୁଛି, ତାହା ହେଉଛି ସବୁଠାରୁ ବଡ ଅପରାଧ । କିନ୍ତୁ ଆମେ ଦଶ ପ୍ରକାରର ଅପରାଧ ପଢ଼ୁଛେ, ଗୁରୁଭାଷ୍ଟକ ଏବଂ ଗୁରୁଙ୍କ... ଆପଣ ଏହାର ଅର୍ଥ ଜାଣିଛନ୍ତି କି, ଶ୍ରୀ-ଗୁରୁ-ଚରଣ-ପଦ୍ମ? ସେହି ଗୀତଟି କ’ଣ? ଏହାକୁ ପଢ଼ ।


ଭକ୍ତ: ଶ୍ରୀ-ଗୁରୁ-ଚରଣ-ପଦ୍ମ, କେବଳ ଭକତି-ସଦ୍ମ,

ପ୍ରଭୁପାଦ: ଆହା

ଭକ୍ତ: ବନ୍ଦୋ ମୁଇ ସାବଧାନ...

ପ୍ରଭୁପାଦ: ଆହା, ସାବଧାନ ମତେ, "ବହୁତ ଯତ୍ନ ସହକାରେ ।" ତୁମେ ଏହି ଗୀତ ଗାଉଛ - ଏହାର ଅର୍ଥ ଜାଣିଛ କି? ନା। କିଏ ଏହାର ଅର୍ଥ ବ୍ୟାଖ୍ୟା କରିପାରିବ? ହଁ, ତୁମେ ବ୍ୟାଖ୍ୟା କର ।

ଭକ୍ତ: ଶ୍ରୀ-ଗୁରୁ-ଚରଣ-ପଦ୍ମର ଅର୍ଥ ହେଉଛି "ଗୁରୁଙ୍କର ପାଦପଦ୍ମ" । କେବଳ ଭକତି-ସଦ୍ମ, ଯେ ସେ ସମସ୍ତ ଭକ୍ତି ବା ଭକ୍ତିର ଭଣ୍ଡାର । ବନ୍ଦୋ ମୁଇ ସାବଧାନର ଅର୍ଥ ହେଉଛି ଯେ ଆମେ ତାଙ୍କୁ ଅତି ସାବଧାନ ଭାବରେ ବନ୍ଦନା କରୁ ।

ପ୍ରଭୁପାଦ: ହମ୍। ପଢ । ଅନ୍ୟ ଧାଡି ପଢ ।

ଭକ୍ତ: ଯାହାର ପ୍ରସାଦେ ଭାଇ...

ପ୍ରଭୁପାଦ: ଆହା, ଯାହାର ପ୍ରସାଦେ ଭାଇ । ତା’ପରେ?

ଭକ୍ତ: ଏ ଭଵ ତୋରିୟା ଯାଇ ।

ପ୍ରଭୁପାଦ: ଏ ଭଵ ତୋରିୟା ଯାଇ। ଯଦି ଜଣେ, ମୋର କହିବାକୁ ଗଲେ ଗୁରୁଙ୍କ ଦ୍ୱାରା ଅନୁଗୃହୀତ, ତେବେ ଅଜ୍ଞାନ ଅତିକ୍ରମ କରିବାର ରାସ୍ତା ସ୍ପଷ୍ଟ ହୋଇଯାଏ । ଯାହାର ପ୍ରସାଦେ ଭାଇ, ଏ ଭଵ ତୋରିୟା ଯାଇ। ତା’ପରେ, ପରବର୍ତ୍ତୀ ଧାଡି?

ଭକ୍ତ: କୃଷ୍ଣ-ପ୍ରାପ୍ତି ହୟ ଯାହା ହୋତେ ।

ପ୍ରଭୁପାଦ: ଏବଂ କୃଷ୍ଣ-ପ୍ରାପ୍ତି ହୋୟ ଯାହା ହଽତେ: ଗୁରୁଙ୍କ କୃପାରେ ଜଣେ କୃଷ୍ଣ ପ୍ରାପ୍ତ କରିଥାଏ । ଏହା ହେଉଛି… ୟସ୍ୟ ପ୍ରସାଦାଦ ଭଗବତ । ସବୁଆଡେ । ଏହା ହେଉଛି ଭଗବଦ୍-ଭକ୍ତି-ଯୋଗ । ତେବେ ଯିଏ ଏହି ପର୍ଯ୍ୟାୟରେ ପହଞ୍ଚି ନାହିଁ, ଏହି ଭଗବଦ୍-ଭକ୍ତି କ’ଣ? ଏହା ଧୂର୍ତ୍ତତା । ତାହା ଭଗବଦ୍ ନୁହେଁ...

ଏବଂ ପ୍ରସନ୍ନ-ମନସୋ
ଭଗବଦ୍-ଭକ୍ତି-ୟୋଗତଃ
(ଭା ୧.୨.୨୦)