OR/Prabhupada 1065 - ଜଣେ ସର୍ବ ପ୍ରଥମ ଜାଣିବା ଦରକାର ଯେ ସେ ଏଇ ଭୌତିକ ଶରୀର ନୁହେଁ

Revision as of 16:10, 17 October 2018 by Vanibot (talk | contribs) (Vanibot #0023: VideoLocalizer - changed YouTube player to show hard-coded subtitles version)
(diff) ← Older revision | Latest revision (diff) | Newer revision → (diff)


660219-20 - Lecture BG Introduction - New York

ଯେବେ ଆମେ ଭୌତିକ ଦୃଷ୍ଟି ରେ କଳୁଷିତ ହେଇଛୁ, ସେ ଆମର ବଦ୍ଧ ଅବସ୍ଥା | ବଦ୍ଧ ଅବସ୍ଥା | ଏବଂ ମିଥ୍ୟା ଅହଂକାର, ସେ ମିଥ୍ୟା ଚେତନା... ସେ ମିଥ୍ୟା ଚେତନା ପ୍ରାକଟିଅ ହୁଏ ଯେତେବେଳେ ଆମେ ଭାବୁ " ମୁଁ ଜଣେ ପ୍ରକୃତି ର ପ୍ରତିଫଳ| " ଏହାକୁ ମିଥ୍ୟା ଅହଂକାର କୁହା ଯାଏ | ସାରା ଭୌତିକ କାର୍ଯ୍ୟକଳାପ, ୟସ୍ୟୟାତ୍ମ ବୁଦ୍ଧି: କୁଁନପେ ତ୍ରି ଧାତୁକେ (SB 10.84.13) | ୟସ୍ୟୟାତ୍ମ ବୁଦ୍ଧି: କୁଁନପେ ତ୍ରି ଧାତୁକେ, ଯୋଉ ବ୍ୟକ୍ତି ଦେହାତ୍ମ ବୁଦ୍ଧି ରେ ଲୀନ ରହେ | ଏବେ ସମ୍ପୂର୍ଣ ଭଗବଦ ଗୀତା ର ପ୍ରବଚନ ଭଗବାନ ଉଲେଖ କଲେ କାରଣ ଅର୍ଜୁନ ନିଜକୁ ନିଜ ଦେହାତମିକ ବୁଦ୍ଧି ର ଅବସ୍ଥା ରେ ଉପସ୍ଥିତ କରି ଥିଲା | ତ ମନୁଷ୍ୟ କୁ ଏଇ ଦେହାତିମିକ ବୁଦ୍ଧି ରୁ ମୁକ୍ତ ହେବାକୁ ପଡିବ | ଆଧ୍ୟାତ୍ମବାଦି ପାଇଁ ଏଇ ପ୍ରାରମ୍ଭିକ କର୍ତ୍ତବ୍ୟ, ଯେ ସ୍ବଛନ୍ଦ ରହିବା ପାଇଁ ଚାହେଁ, ବା ମୁକ୍ତ ହେବା ପାଇଁ ଚାହେଁ | ତାକୁ ସର୍ବ ପ୍ରଥମ ଏହା ଜାଣିବାକୁ ହେବ ଯେ ସେ ଏହି ଶରୀର ନୁହେଁ | ଏହି ଚେତନା,ଏହି ଭୌତିକ ଚେତନା...ଯେବେ ଆମେ ଏହି ଭୌତିକ ଚେତନା ରୁ ମୁକ୍ତ ହେଇ ଯିବା, ତାକୁ ମୁକ୍ତି କୁହା ଯାଏ | ମୁକ୍ତି ବା ମୋକ୍ଷ ର ଅର୍ଥ ଭୌତିକ ଚେତନା ରୁ ମୁକ୍ତ ହେବା | ଶ୍ରୀମଦ-ଭଗବତମ ରେ ମୁକ୍ତି ର ପରିଭାଷା ଦିଆ ହେଇଛି : ମୁକ୍ତିର ହିତବନୟଥା ରୁପମ ସ୍ବରୁପେଣ ବ୍ୟବାସ୍ଥିତଃ (SB 2.10.6) | ସ୍ବରୁପେଣ ବ୍ୟବାସ୍ଥିତଃ | ମୁକ୍ତି ର ଅର୍ଥ ଏଇ ଭୌତିକ ଜଗତ ର କଳୁଷିତ ଚେତନା ରୁ ମୁକ୍ତ ହେବା, ଏବଂ ଶୁଦ୍ଧ ଚେତନା ରେ ସ୍ଥିତ ହେବା | ଆଉ ଭଗବଦ-ଗୀତା ର ସବୁ ଉପଦେଶ ର ମନ୍ତବ୍ୟ ଏହି ଶୁଦ୍ଧ ଚେତନା କୁ ଜାଗୃତ କରିବା | ଆମେ ଭଗବଦ ଗୀତା ର ନିର୍ଦେଶ ର ଅନ୍ତିମ ଚରଣ ରେ ଏହା ପାଉ ଯେ ଶ୍ରୀ କୃଷ୍ଣ ଅର୍ଜୁନଙ୍କ ପ୍ରଶ୍ନ ପଚାରୁଛନ୍ତି ଯେ, ସେ ବିଶୁଦ୍ଧ ଚେତନା ପ୍ରାପ୍ତ କରିଛି କି ? ସେ ବିଶୁଦ୍ଧ ଚେତନା ପ୍ରାପ୍ତ କରିଛି କି? ଶୁଦ୍ଧ ଚେତନା ର ଅର୍ଥ ଭଗବାନଙ୍କ ଆଦେଶ ଅନୁଯାଇ କର୍ମ କରିବା | ଏହା ବିଶୁଦ୍ଧ ଚେତନା ଅଟେ | ବିଶୁଦ୍ଧ ଚେତନା ର ଏହା ହିଁ ସାର | ଚେତନା ତା ଅଛି, ଯେହେତୁ ଆମେ ଅଂଶ, ଆମେ ପ୍ରଵାଭିତ ହେଉ | ଭୌତିକ ଗୁଣ ଦ୍ୱାରା ପ୍ରଵାଭିତ ହେବା ର ପ୍ରବୃତି ଅଛି | କିନ୍ତୁ ଭଗବାନ ପରମେଶ୍ୱର ହେବା କାରଣ ରୁ କେବେ ମଧ୍ୟ ପ୍ରଵାଭିତ ହୁଅନ୍ତି ନାହିଁ | ଏହା ଅନ୍ତର ଭଗବାନ ଙ୍କ ମଧ୍ୟ ରେ ଆଉ...

ଏବେ ଏହି ଚେତନା ...ଏ ଚେତନା କଣ? ଏ ଚେତନା ହେଲା "ମୁଁ ଅଛି" | ତ "ମୁଁ ଅଛି " କଣ ? କଳୁଷିତ ଚେତନା ରେ "ମୁଁ ଅଛି" ର ଅର୍ଥ "ମୁଁ ହିଁ ସର୍ବତ୍ୱ" | ଏଇଆ ଅଶୁଦ୍ଧ ଚେତନା ଅଟେ | ଏବଂ "ମୁଁ ଭୋକ୍ତା ଅଟେ" | ସାରା ଭୌତିକ ସଂସାର ଚାଲୁଚି ଏବଂ ପ୍ରତେକ ଜୀବ ଏହା ଭାବୁଛି ଯେ "ମୁଁ ଏଇ ଜଗତ ରେ ସ୍ୱାମୀ ଆଉ ସ୍ରଷ୍ଟା ଅଟେ" | ଭୌତିକ ଚେତନା ରେ ଦୁଇଟି ମନୋମୟ ଭିଭାଗ ଅଛି | ଗୋଟେ ଅନୁସାରେ " ମୁଁ ହିଁ ସ୍ରଷ୍ଟା" ଏବଂ ଆଉ ଗୋଟେ ଅନୁସାରେ "ମୁଁ ହିଁ ଭୋକ୍ତା ଅଟେ |" ତ ଭଗବାନ ହିଁ ବାସ୍ତବ ରେ ସ୍ରଷ୍ଟା ଆଉ ସେ ହିଁ ବାସ୍ତବ ରେ ଭୋକ୍ତା ଅଟନ୍ତି | ଆଉ ଜୀବ ଭଗବାନଙ୍କ ଅଂଶ ହେବା କାରଣ ରୁ, ସେ ନା ବାସ୍ତବ ରେ ସ୍ରଷ୍ଟା, ନା ଭୋକ୍ତା, କିନ୍ତୁ ସେ ସହଯୋଗୀ ଅଟେ | ଉଧାରଣ ସ୍ୱରୂପ, ପୁରା ମଶୀନ | ମଶୀନ ର ଅଙ୍ଗ ସହଯୋଗୀ ଅଟେ, ସହଯୋଗୀ ଅଟେ | ବା ଆମେ ଆମ ଶରୀର କୁ ଅଧୟନ କରିବା | ଏବେ ଏଇ ଶରୀର ରେ ହାଥ ଅଛି, ଗୋଡ ଅଛି, ଆଖି ଅଛି, ଏବଂ ଏହି ସବୁ ଉପକରଣ, କାମ କରୁଛି, କିନ୍ତୁ ଏହି ସବୁ ଅଙ୍ଗ ଭୋକ୍ତା ନୁହନ୍ତି | ଉଦର ଭୋକ୍ତା ଅଟେ | ଗୋଡ ଗୋଟେ ସ୍ଥାନ ରୁ ଆଉ ଗୋଟେ ସ୍ଥାନ କୁ ଯାଉଛି | ହାଥ ଗ୍ରହଣ କରୁଛି, ହାଥ ଭୋଜନ ବନାଉଛି, ଦାନ୍ତ ଚବଉଛି, ଏବଂ ସବୁ କିଛି, ଶରୀର ରୁ ସବୁ ଭାଗ ଉଦର କୁ ସନ୍ତୁଷ୍ଟ କରିବା ରେ ଲାଗିଛି କାରଣ ଉଦର ହିଁ ପ୍ରଧାନ କାରକ ଯିଏ ଶରୀର ରୁପି ସଂଗଠନ କୁ ପୋଷଣ କରୁଛି | ଏବଂ ସବୁ କିଛି ଉଦର କୁ ପ୍ରଦାନ କରିବା ଦରକାର | ପ୍ରାଣପହାରାଚ ଚ ଯଥେଇନ୍ଦ୍ରିୟାନାମ (SB 4.31.14) | ଉଧାରଣର୍ଥ ତୁମେ ଗୋଟେ ସବୁଜ ରଙ୍ଗର ଗଛ ଦେଖି ପାରୁଛ, ତାର ଚେର ରେ ପାଣି ଦେଇକି | ବା ତୁମେ ସ୍ଵସ୍ଥ ହେଇ ପାରିବ... ଶରୀର ର ଅଙ୍ଗ - ହାଥ, ଗୋଡ, ଆଖି, କାନ, ଆଙ୍ଗୁଠି - ସବୁ କିଛି ସ୍ଵସ୍ଥ ଅବସ୍ଥା ରେ ଯେବେ ସେ ଉଦର ସହିତ ସହଯୋଗ କରିବେ | ସେଇ ପରି, ପରମେଶ୍ଵର ହିଁ ଭୋକ୍ତା| ସେ ହିଁ ଭୋକ୍ତା ସେ ହିଁ ସ୍ରଷ୍ଠା ଅଟନ୍ତି | ଏବଂ ଆମେ, ମୋର କହିବା ର ଅର୍ଥ, ଅଧୀନସ୍ଥ ଯିବ, ଭଗବାନଙ୍କ ଶକ୍ତି ର ଉତ୍ପାଦନ, ଆମେ କେବଳ ନିମିତ୍ତ ସହଯୋଗ କରିବା ପାଇଁ ଅଛୁ | ସେ ସହଯୋଗ ଆମକୁ ଲାଭ ହେବ | ଉଧାରଣତ, କିଛି ଭଲ ଖାଦ୍ୟ ଆଙ୍ଗୁଠି ନେଉଛି | ସେ ଯଦି ଭାବିବ "ଆମେ କାହିଁକି ଉଦରକୁ ଦେବା? ଆମେ ଭୋଗ କରିବା | ତା ସେଇଆ ଭୁଲ ହେବ | ଆଙ୍ଗୁଠି ଆନନ୍ଦ ନେବା ରେ ଅସମର୍ଥ ହେବ | ଯଦି ଆଙ୍ଗୁଠି ଲାଭ ଚାଉଁଛି, ତ ସେ ଖାଦ୍ୟ କୁ ଉଦର ରେ ଦେବାକୁ ପଡିବ |