OR/Prabhupada 1079 - ଭଗବଦ୍ ଗୀତା ଏକ ଦିବ୍ୟ ଗ୍ରନ୍ଥ ଯାହାକୁ ଆମେ ଧ୍ୟାନପୂର୍ବକ ପଢ଼ିବା ଉଚିତ୍



660219-20 - Lecture BG Introduction - New York

ଏହି ଭଗବଦ୍ ଗୀତା କିମ୍ଵା ଶ୍ରୀମଦ୍ ଭାଗବତ ଆତ୍ମାନୁଭୂତି ଲାଭ କରିଥିବା ବ୍ୟକ୍ତିଙ୍କଠାରୁ ଶ୍ରବଣ କରିବା ଉଚିତ୍, ତାହା ଜଣେ ବ୍ୟକ୍ତିକୁ ଚବିଶଘଣ୍ଟା ଭଗବାନଙ୍କୁ ସ୍ମରଣ କରିବା ପାଇଁ ଅଭ୍ୟାସ କରାଏ, ଯାହା ଜଣକୁ ଜୀବନର ଶେଷ ସମୟରେ, ଅନ୍ତ କାଳେ, ଭଗବାନଙ୍କୁ ସ୍ମରଣ କରିବା ପାଇଁ ମାର୍ଗ ଦର୍ଶନ କରାଏ, ଏବଂ ଏହି ଶରୀର ତ୍ୟାଗ କରିବା ପରେ, ସେ ଏକ ଦିବ୍ୟ ଶରୀର ଲାଭ କରିପାରିବ, ଏକ ଦିବ୍ୟ ଶରୀର, ଭଗବାନଙ୍କ ସଙ୍ଗ ଲାଭ କରିବା ନିମିତ୍ତ ଏକ ଉପଯୁକ୍ତ ଶରୀର । ତେଣୁ ଭଗବାନ କହିଛନ୍ତି,

ଅଭ୍ୟାସ ଯୋଗଯୁକ୍ତେନ
ଚେତସା ନାନ୍ୟଗାମିନା
ପରମଂ ପୁରୁଷଂ ଦିବ୍ୟଂ
ଯାତି ପାର୍ଥାନୁଚିନ୍ତୟନ୍
(BG 8.8)

ଅନୁଚିନ୍ତୟନ୍, ନିରନ୍ତର ଭାବରେ କେବଳ ଭଗବାନଙ୍କୁ ସ୍ମରଣ କରିବା । ଏହା ଏତେ କଷ୍ଟକର ପ୍ରକିୟା ନୁହେଁ । ଜଣେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଆମେ ଏହି ପ୍ରକିୟା ଶିକ୍ଷା କରିବା ଉଚିତ୍ । ତଦ ବିଜ୍ଞାନାର୍ଥମଁ ସ ଗୁରୁମେଭିଗଚ୍ଛେତ(ମୁ ଉ ୧.୨.୧୨) । ଯିଏ ଏହାକୁ ପୂର୍ବରୁ ଅଭ୍ୟାସ କରୁଛନ୍ତି ତାଙ୍କ ନିକଟକୁ ଯିବା ଉଚିତ୍ । ତେଣୁ ଅଭ୍ୟାସ ଯୋଗଯୁକ୍ତେନ । ଏହାକୁ ଅଭ୍ୟାସ ଯୋଗ କୁହାଯାଏ, ଅଭ୍ୟାସ । ଅଭ୍ୟାସ...କିପରି ଭଗବାନଙ୍କୁ ସର୍ବଦା ସ୍ମରଣ କରିବା । ଚେତସା ନାନ୍ୟଗାମିନା । ମନ,ମନ ସର୍ବଦା ଏଣେ ତେଣେ ଉଡ଼ୁଥାଏ । ତେଣୁ ବ୍ୟକ୍ତି ସର୍ବଦା ଭଗବାନ ଶ୍ରୀକୃଷ୍ଣଙ୍କ ସ୍ଵରୂପରେ ନିଜର ଧ୍ୟାନ କେନ୍ଦ୍ରିଭୂତ କରିବାର ଅଭ୍ୟାସ କରିବା ଉଚିତ୍ । ବା ତାଙ୍କ ନାମୋଉଚ୍ଚାରଣରେ ଯାହା ସହଜ କରିଦିଆଯାଇଛି । ମନକୁ ଏକାଗ୍ର କରାଇବା ବଦଳରେ- ମୋ ମନ ଭାରି ଚଞ୍ଚଳ, ଏଣେ ତେଣେ ବୁଲୁଥାଏ, କିନ୍ତୁ ମୁଁ ମୋର କାନକୁ କୃଷ୍ଣଙ୍କ ନାମ କୀର୍ତ୍ତନ ଧ୍ଵନିରେ ସ୍ଥିର କରିପାରିବି । ଏବଂ ତାହା ମଧ୍ୟ ମୋତେ ସାହାର୍ଯ୍ୟ କରିବ । ତାହା ମଧ୍ୟ ଅଭ୍ୟାସ ଯୋଗ ଅଟେ । ଚେତସା ନାନ୍ୟଗାମିନା ପରମଂ ପୁରୁଷଂ ଦିବ୍ୟଂ । ପରମଂ ପୁରୁଷଂ, ଅର୍ଥାତ୍ ପରମ ପୁରୁଷ ଭଗବାନ ଚିଦ୍ ଜଗତରେ, ପରବ୍ୟୋମରେ, ଅନୁଚିନ୍ତୟନ୍, ନିରନ୍ତର ଚିନ୍ତା କରି ପହଞ୍ଚିପାରିବ । ଏହି ପରିଭାବରେ, ପଥ ଏବଂ ସାଧନାର ପ୍ରକ୍ରିୟା ସବୁ ଭଗବଦ୍ ଗୀତାରେ କୁହାଯାଇଅଛି, ଏବଂ କାହାରି ପାଇଁ କୌଣସି ପ୍ରତିବନ୍ଧ ନାହିଁ । ଏହା ନୁହେଁ ଯେ ଏକ ନିର୍ଦ୍ଧିଷ୍ଟ ବର୍ଗର ଲୋକେ ଏହାକୁ ପାଇପାରିବେ । ଭଗବାନ କୃଷ୍ଣଙ୍କୁ ସ୍ମରଣ କରିବା, ଭଗବାନ କୃଷ୍ଣଙ୍କ ବିଷୟରେ ଶ୍ରବଣ କରିବା ସମସ୍ତଙ୍କ ପାଇଁ ସମ୍ଭବ । ଏବଂ ଭଗବାନ ଭଗବଦ୍ ଗୀତାରେ କହୁଛନ୍ତି,

ମାଂ ହି ପାର୍ଥ ବ୍ୟପାଶ୍ରିତ୍ୟ
ଯେଽପିସ୍ୟୁଃ ପାପଯୋନୟଃ
ସ୍ତ୍ରିୟୋ ବୈଶ୍ୟାସ୍ତ ଥା ଶୂଦ୍ରାସ
ତେଽପି ଯାନ୍ତି ପରାଂ ଗତିମ୍
(BG 9.32)
କିଂ ପୁନର୍ବ୍ରାହ୍ମଣଃ ପୁଣ୍ୟା
ଭକ୍ତା ରାଜର୍ଷୟସ୍ତଥା
ଅନିତ୍ୟମସୁଖଂ ଲୋକମ୍
ଇମାମଂ ପ୍ରାପ୍ୟ ଭଜସ୍ଵ ମାମ୍
(BG 9.33)

ଭଗବାନ କହୁଛନ୍ତି ଯେ ନୀଚ କୂଳରେ ଜନ୍ମ ହୋଇଥିବା ମନୁଷ୍ୟ, ବା ପତିତ ସ୍ତ୍ରୀଲୋକ, ବା ବୈଶ୍ୟ, ବା ଶୂଦ୍ର ଶ୍ରେଣୀର ଲୋକମାନେ... ବୈଶ୍ୟ, ଶୂଦ୍ର ଓ ସ୍ତ୍ରୀ ବର୍ଗ, ସେମାନଙ୍କୁ ଏକ ବର୍ଗର ଧରାଯାଏ କାରଣ ସେମାନଙ୍କର ବୁଦ୍ଧି ଏତେ ପରିପକ୍ଵ ନୁହେଁ । କିନ୍ତୁ ଭଗବାନ କହୁଛନ୍ତି ଯେ, ସେମାନେ ମଧ୍ୟ, କିମ୍ଵା ସେମାନଙ୍କଠାରୁ ନୀଚ, ମାଂ ହି ପାର୍ଥ ବ୍ୟପାଶ୍ରିତ୍ୟ ଯେଽପିସ୍ୟୁଃ :(BG 9.32), କେବଳ ସେମାନେ ନୁହେଁ, ସେମାନଙ୍କଠାରୁ ନୀଚ, କିମ୍ଵା ଯେ କେହି । ସେ ପୁରୁଷ ବା ସ୍ତ୍ରୀ ଏହା ଫରକ୍ ପଡେ ନାହିଁ, ଯେକେହି ଏହି ଭକ୍ତିଯୋଗବିଧିକୁ ଗ୍ରହଣ କରିପାରିବ ଏବଂ ଭଗବାନଙ୍କୁ ଜୀବନର ପରମଗତି ବୋଲି ଗ୍ରହଣ କରେ, ଜୀବନର ସର୍ବୋଚ୍ଚ ଲକ୍ଷ୍ୟ... ମାଂ ହି ପାର୍ଥ ବ୍ୟପାଶ୍ରିତ୍ୟ ଯେଽପିସ୍ୟୁଃ, ତେଽପି ଯାନ୍ତି ପରାଂ ଗତିମ୍ ସେ ପରାଂ ଗତିମ୍ ଦିବ୍ୟ ସାମ୍ରାଜ୍ୟରେ ଏବଂ ପରବ୍ୟୋମରେ, ସମସ୍ତେ ପହଞ୍ଚିପାରିବେ । କେବଳ ଏହି ପଦ୍ଧତିକୁ ଅଭ୍ୟାସ କରିବା ଉଚିତ୍ । ଏହି ପ୍ରକ୍ରିୟା ଭଗବଦ୍ ଗୀତାରେ ଖୁବ୍ ସୁନ୍ଦର ଭାବରେ ଦିଆଯାଇଅଛି ଏବଂ ବ୍ୟକ୍ତି ଏହାକୁ ଗ୍ରହଣ କରି ତାର ଜୀବନ ସାର୍ଥକ କରିପାରିବ ଏବଂ ତାର ଜୀବନର ସମସ୍ୟାମାନଙ୍କର ସ୍ଥାୟୀ ସମାଧାନ କରିପାରିବ । ସମଗ୍ର ଭଗବଦ୍ ଗୀତାର ଏହାହିଁ ସାରତଥ୍ୟ ଅଟେ । ତେଣୁ, ଉପସଂହାର ଏହି କି ଯେ ଭଗବଦ୍ ଗୀତା ଏକ ଦିବ୍ୟ ଗ୍ରନ୍ଥ ଅଟେ ଯାହାକୁ ବ୍ୟକ୍ତି ଅତ୍ୟନ୍ତ ଯତ୍ନର ସହିତ ପାଠ କରିବା ଉଚିତ୍ । ଗୀତାଶାସ୍ତ୍ରାମିଦଂ ପୁଣ୍ୟଂ ଯଃ ପଠେତ୍ ପ୍ରୟତଃ ପୁମାନ୍ । ଏବଂ ଏହାର ପରିଣାମ, ଯଦି ସେ ଉପଦେଶମାନଙ୍କୁ ଠିକ୍ ଭାବରେ ପାଳନ କରେ, ତେବେ ସେ ଜୀବନର ସମସ୍ତ ପ୍ରକାରର ଦୁଃଖ, ଉଦବିଗ୍ନତାରୁ ମୁକ୍ତି ପାଇପାରିବ । ଭୟଶୋକାଦିବର୍ଜିତଃ (ଗୀତା ମାହାତ୍ମ୍ୟ-୧) । ଜୀବନର ସବୁ ଭୟ, ଏହି ଜୀବନର, ଏବଂ ସେ ପରବର୍ତ୍ତୀ ଜୀବନ ଆଧ୍ୟାତ୍ମିକ ଜୀବନ ପାଇବ ।

ଗୀତାଧ୍ୟାୟନଶୀଳସ୍ୟ
ପ୍ରାଣାୟମପରସ୍ୟ ଚ
ନୈବ ସନ୍ତି ହି ପାପାନି
ପୂର୍ବଜନ୍ମକୃତାନି ଚ

(ଗୀତା ମାହାତ୍ମ୍ୟ-୨)

ତେଣୁ ଅନ୍ୟଏକ ଲାଭ ଏହିକି ଯେ, ଯଦି କୌଣସି ବ୍ୟକ୍ତି ଭଗବଦ୍ ଗୀତା ପାଠ କରେ, ବହୁ ନିଷ୍ଠା ଏବଂ ଗମ୍ଭୀରତାର ସହିତ, ତେବେ ଭଗବାନଙ୍କର ଅନୁକମ୍ପାରୁ, ତାହାର ପୂର୍ବ ପାପକର୍ମର ପ୍ରତିକ୍ରିୟାର ପ୍ରଭାବ ତା ଉପରେ ପଡିବ ନାହିଁ ।